ଗଣେଶ ପୂଜା କିଣାବିକା ପାଇଁ ବଳି ପଡ଼ିଲା କରୋନା କଟକଣା

1 min read

file

ଭୁବନେଶ୍ୱର: ରାତି ପାହିଲେ ସାପ୍ତାହିକ ସଟଡାଉନ । ଏଥର କରୋନା ପାଇଁ ସଟଡାଉନରେ ପଡ଼ିଛି ଗଣେଷ ପୂଜା । ହେଲେ ପୂଜା ପାଇଁ ବଳିପଡ଼ିଗଲା କଟକଣା । ଭୁବନେଶ୍ୱରରେ ହାଟ ଓ ବଜାରରେ ଅସମ୍ଭାଳ ଭିଡ । ସହରିଆ ଭୁଲିଗଲେ ସାମାଜିକ ଦୂରତା ନିୟମ । ଭୁବନେଶ୍ୱରରେ ୟୁନିଟ-୧ ହାଟରେ ସାମାଜିକ ଦୂରତା ନିୟମ ଖୋଲାଖୋଲି ଉଲଘଂନ କରିଥିଲେ ଲୋକେ । ଯିଏ ଯେଉଁଠି ପାରିଲା ଛିଡା ହୋଇ ମାର୍କେଟିଂ କରୁଥିଲେ ।

ସେହିଭଳି ଭୁବନେଶ୍ୱରରେ ବିଭିନ୍ନ ମାଛ ମାର୍କେଟରେ ମଧ୍ୟ ଦୁଇ ଦିନ ପାଇଁ ନେବା ଲାଗି ଭିଡି ଲାଗିଥିଲା । ସେପଟେ ସଟ଼ାଉନରେ ଗଣେଷ ପୂଜା ଥିବାରୁ ମୁର୍ତ୍ତି ସାଙ୍ଗକୁ ପୂଜା ସାମଗ୍ରୀ ନେବାକୁ ମଧ୍ୟ ଭିଡ ଲାଗିଥିଲା । କୋଭିଡ କଟକଣାକୁ ନଜରରେ ରଖି କଟକ-ଭୁବନେଶ୍ୱରରେ ସାମୁହିକ ଗଣେଶ ପୂଜା ଆୟୋଜନକୁ ବାରଣ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ କ୍ଳବ ଓ ଜଟଣୀର ବିଭିନ୍ନ ପୂଜା କମିଟି ମାନଙ୍କୁ ସାମୁହିକ ଗଣେଷ ପୂଜା ଆୟୋଜନ ନକରିବା ପାଇଁ କଟକଣା ଜାରି କରିଛନ୍ତି ଭୁବନେଶ୍ୱର ଡିସିପି । ନିୟମକୁ ଅବମାନା କରି ପୂଜା ଆୟୋଜନ କଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି  ।

 

Leave a Reply