ସଂକ୍ରମଣ ସହ ବଢ଼ିଲା କରୋନା ମୃତ୍ୟୁ, ୨୪ ଘଣ୍ଟାରେ ସର୍ବାଧିକ ୨୭ ମୃତ
1 min readଭୁବନେଶ୍ୱର: କରୋନା ସଂକ୍ରମଣ ଓ ମୃତ୍ୟୁ ଆଜି ସବୁ ରେକର୍ଡ ଭାଙ୍ଗିଛି । ଦୈନିକ ସଂକ୍ରମଣ ମାମଲା ଭଳି ଦୈନିକ ମୃତ୍ୟୁ ପୂର୍ବ ସବୁ ରେକର୍ଡ ଭାଙ୍ଗିଛି । ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୨୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୭ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।
Regret to inform the demise of twenty seven numbers of Covid positive patients while under treatment in hospitals.
1.A 70 years old male of Bhubaneswar who was also suffering from Diabetes Mellitus & Hypertension.
2.A 32 years old male of Bhubaneswar.
— H & FW Dept Odisha (@HFWOdisha) May 21, 2021
ଏଥିସହ ପଢ଼ନ୍ତୁ: ଦୈନିକ ସଂକ୍ରମଣରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ
ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨ ଜଣ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟରୁ ୪ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୩ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ ଏବଂ ସୁନ୍ଦରଗଡ଼ରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
8.A 40 years old male of Jharsuguda district who expired due to Hypertension.
9.A 50 years old male of Kalahandi district.
10.A 58 years old female of Kalahandi district.
11.A 45 years old female of Khurdha district who was also suffering from Filariasis.
— H & FW Dept Odisha (@HFWOdisha) May 21, 2021
୨୪ ଘଣ୍ଟାରେ ୨୭ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୪୩୦ରେ ପହଞ୍ଚିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି । କରୋନାରୁ ୫ ଲକ୍ଷ ୫୬ ହଜାର ୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୪୩୮ଟି ସକ୍ରିୟ ମାମଲା ରହିଛି ।