spot_img

Latest Posts

ଦେଶରେ ୨୪ ଘଣ୍ଟାରେ ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା  ୧୬ଲକ୍ଷକୁ ବୃଦ୍ଧି ପାଇଛି। ଏବଂ ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୪.୪୩% ରହିଛି । ସମଗ୍ର ଦେଶରେ ସମୁଦାୟ ୩,୫୨,୩୭,୪୬୧ ଆରୋଗ୍ୟ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଜୀବାଣୁଙ୍କର ୨,୫୮,୦୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ୧,୫୧,୭୪୦ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୩୮୫ ଜଣଙ୍କର ମୃତ୍ୟୁ ହୋଇଛି  ।

ଏହାସହ ଦେଶରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ମାମଲା ୮୨୦୯ରେ ପହଞ୍ଚିଛି । ଆଇସିଏମ୍ଆର୍ ଅନୁଯାୟୀ ରବିବାରରେ ଭାରତରେ କରୋନା ଭାଇରସର ୧୩,୧୩,୪୪୪ ନମୁନା ପରୀକ୍ଷା କରାଯାଇଥିଲା, ଏହାସହ ଏପର୍ଯ୍ୟନ୍ତ ମୋଟ ୭୦,୩୭,୬୨,୨୮୨ ନମୁନା ପରୀକ୍ଷା କରାଯାଇଛି। ଏବଂ ଆରୋଗ୍ୟ ହାର ୯୪.୨୭% କୁ ହ୍ରାସ ପାଇଛି ।

ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୩,୮୦,୨୫୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୦,୫୯,୬୪ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୬,୪୫୧ କୁ ବୃଦ୍ଧି ପାଇଛି ।

Latest Posts

Don't Miss