ଦେଶରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୯୪ ଆକ୍ରାନ୍ତ ଚିହ୍ନଟ
1 min readନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ । ପ୍ରତିଦିନ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ । ଦେଶରେ ଦୁଇ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୪ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନା ମହାମାରୀରେ ଦେଶରେ ୪୪୨ ଜଣ ପ୍ରାଣ ହରାଇଛନ୍ତି ।
India reports 1,94,720 fresh COVID cases, 60,405 recoveries & 442 deaths in the last 24 hours
Active case: 9,55,319
Daily positivity rate: 11.05%Confirmed cases of Omicron: 4,868 pic.twitter.com/8L2XyBQ9NA
— ANI (@ANI) January 12, 2022
ଯଦି ଓମିକ୍ରନ କଥା କହିବା ତାହାଲେ ଦେଶରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୮୬୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୫ ରାଜ୍ୟ ମଧ୍ୟରୁ ସର୍ବାଧିକ କେସ୍ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩୪ ହଜାର ୪୨୪ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ୨୧ ହଜାର ୨୫୯ କେସ୍, ପଶ୍ଚିମବଙ୍ଗରେ ୨୧ ହଜାର ୯୮ କେସ୍, ତାମିଲନାଡୁରେ ୧୫ ହଜାର ୩୭୯ କେସ୍ ଓ କର୍ଣ୍ଣାଟକରେ ୧୪ ହଜାର ୪୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।