ରାଜ୍ୟରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୫୭୬ ଆକ୍ରାନ୍ତ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଦିନକରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୫୭୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୦ରୁ ୧୮ ବର୍ଷ ବୟସର ୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୩୯ ଜଣ ଲେକାଲ୍ କେସ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୪, କଟକରୁ  ୧୧୮, ଷ୍ଟେଟପୁଲରୁ ୪୫, ସୁନ୍ଦରଗଡ଼ରୁ ୪୨, ପୁରୀରୁ ୩୭, ସୋନପୁରରୁ ୨୦, ମୟୂରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୬, ଗଜପତି ଓ  ଜଗତସିଂହପୁରରୁ ୮ ଜଣ, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁରରୁ ୬ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କଳାହାଣ୍ଡି, ନୂଆପଡ଼ାରୁ ୫ ଜଣ, ଦେବଗଡ଼, କେନ୍ଦୁଝରରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୩, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ନୟାଗଡ଼ ଓ ରାୟଗଡ଼ାରୁ ୨ ଜଣ, ଅନୁଗୁଳ, ବୌଦ୍ଧ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୩୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୩ ହଜାର ୨୭ ରହିଛି ।