କରୋନାର ଅନ୍ତ ନୁହଁ ଓମିକ୍ରନ: ଆସିପାରେ ୪ର୍ଥ ଲହର

1 min read

ଭୁବନେଶ୍ୱର: ତୃତୀୟ ଲହରରେ ସବୁ ବୟସର ଲୋକ ଆକ୍ରାନ୍ତ ହେଉଛନ୍ତି ।  ୭୦ବର୍ଷରୁ ଅଧିକ ବୟସ୍କ ଲୋକେ ଅଧିକ ପ୍ରଭାବିତ । ସ୍ନାୟବିକ ଦୁର୍ବଳତା ରହୁଥିବା ଲୋକେ ବି ପ୍ରଭାବିତ ହେଉଛନ୍ତି । ବୟସ୍କଙ୍କ କ୍ଷେତ୍ରରେ ଓମିକ୍ରନର ଲକ୍ଷଣ ଅଲଗା ରହୁଛି । ଛୋଟ ପିଲାଙ୍କ କ୍ଷେତ୍ରରେ ଜ୍ୱର ଓ ଝାଡ଼ା  ହେଉଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ ସମ୍ପର୍କିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡାକ୍ତର ସମ୍ପଦ ଦାସ । ସେ ଆହୁରି କହିଛନ୍ତି ଯେ, ପୂର୍ବ ଲହର ତୁଳନାରେ ତୃତୀୟ ଲହରର ପ୍ରଭାବ ଭିନ୍ନ । କକଟେଲ ନେଲେ ଭଲ ହେଇଯିବ, ଏହା ଭୁଲ ଧାରଣା ।

କକଟେଲ ଦ୍ୱାରା ରୋଗୀର ବହୁତ ବଡ଼ କ୍ଷତି ହୋଇପାରେ । କେମୋ ଥେରାପି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶରେ ନିଅନ୍ତୁ । ଗୃହ ପୃଥକବାସରୁ ମୁକ୍ତ ହେବା ପରେ ଅତିକମରେ ୩ଦିନ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।। ଓମିକ୍ରନ ସରିବା ପରେ କରୋନାର ୪ର୍ଥ ଲହର ମଧ୍ୟ ଆସିପାରେ । ଓମିକ୍ରନ କରୋନାର ଶେଷ ଭାରିଆଣ୍ଟ ନୁହଁ । ଓମିକ୍ରନକୁ ଅତି ହାଲୁକା ଭାବେ ନେବା ଅନୁଚିତ । ଓମିକ୍ରନ ହୋଇଥିବା ରୋଗୀ ଭେଣ୍ଟିଲେଟରକୁ ଯାଇପାରନ୍ତି । ବୟସ୍କ/ କର୍କଟ ରୋଗୀଙ୍କ କ୍ଷେତ୍ରରେ ମଲ୍ଟିଅର୍ଗାନ ଫେଲ ହୋଇଥାଏ ।ସବୁ ପ୍ରକାର ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ କରୋନା ହୋଇପାରେ । ଫୁସଫୁସ୍‌ ଆକ୍ରାନ୍ତ ହୋଇଥିଲେ ଏକମୋ ଚିକିତ୍ସା କରାଯାଇଥାଏ । ଏକମୋ ସହଜ ନୁହେଁ, ଏହା ଦ୍ୱାରା ରୋଗୀ ବଞ୍ଚିବ ଭାବିବା ଠିକ ନୁହେଁ ।  କରୋନା ଔଷଧ ମୋଲୁପିରାଭିର ମ୍ୟାଜିକ ଡ୍ରଗ୍ସ ନୁହେଁ । ବିନା ଡାକ୍ତର ପରାମର୍ଶରେ ମୋଲୁପିରାଭିର ଖାଆନ୍ତୁ ନାହିଁ । ରୋଗୀ ଶରୀରରେ ଥିବା ଭୂତାଣୁର ଜିନ ପରିବର୍ତ୍ତନ ହୋଇ ନୂଆ ଭାଇରସ୍ ସୃଷ୍ଟି କରିପାରେ । ଅନ୍ୟ କୌଣସି ଔଷଧ ଉପଲବ୍ଧ ନ ଥିଲେ ଏହି ଔଷଧର ଜରୁରୀକାଳୀନ  ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: Budget 2022: ଫେବ୍ରୁଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ୍, ଜାଣନ୍ତୁ ବଜେଟ୍ ଟିମରେ ଅଛନ୍ତି କିଏ କିଏ ?

Leave a Reply