spot_img

Latest Posts

ସର୍ତକ କରାଇଲେ ବିଶେଷଜ୍ଞ; ଭାରତରେ ଆସୁଛି ୪ର୍ଥ ଲହର !

ନୂଆଦିଲ୍ଲୀ: ବିଶ୍ବରେ ପୁଣି କଡ ଲେଉଟାଉଛି କରୋନା । ଚୀନରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଏହାସହ ଆମେରିକା, ଜାପାନ ସମେତ ଅନେକ ଦଶରେ ମଧ୍ୟ କରୋନା ସଂକ୍ରମଣ ଅଣଆୟତ ହୋଇଛି । ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ବଢୁଥିବା ନେଇ ଲୋକମାନେ ଚିନ୍ତିତ ଅଛନ୍ତି । ଭବିଷ୍ୟତରେ ଭାରତରେ କରୋନାର ୪ର୍ଥ ଲହର ଆସିବା ନେଇ ଲୋକଙ୍କ ମନେରେ ଡର ପଶିଲାଣି । ଗତ ୨ ବର୍ଷ ମଧ୍ୟରେ କରୋନା ସବୁ ଉଜାଡି ଦେଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ପୁଣି ମୁଣ୍ଡ ଟେକିଲାଣି କରୋନା ।

ଭାରତରେ ଓମିକ୍ରନର BF.7 ଭ୍ୟାରିଏଣ୍ଟର କେସ୍ ମିଳିବା ପରେ ଲୋକମାନେ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ସେପଟେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଭାରତରେ ଜାନୁୟାରୀ ମାସରେ କରୋନା ସଂକ୍ରମଣ ବଢି ପାରେ ଏବଂ ୪୦ ରୁ ୪୫ ଦିନ ଗୁରୁତ୍ବପୂର୍ଣ୍ଣ ରହିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ,  ଯେତେବେଳେ ଚୀନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି, ସେତେବେଳେ ୪୦ ଦିନ ପରେ ଭାରତରେ ଏହାର ପ୍ରକୋପ ଦେଖିବାକୁ ମିଳିଛି ।

ଅନ୍ୟପଟେ ‘ଆଇଆଇଟି କରୋନା ମଡେଲ’ ଦେଇଥିବା ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଲୋକଙ୍କ ମନରେ କରୋନାକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନର ଜବାବରେ କହିଛନ୍ତି ଯେ, ଆଗାମୀ କିଛି ଦିନ ଗୁରୁତ୍ବପୂର୍ଣ୍ଣ ରହିବ। କିନ୍ତୁ ଭାରତରେ ଏହାକୁ ନେଇ କିଛି ଆତଙ୍କିତ ହେବାର ନାହିଁ । ତେବେ ଆଇଆଇଟି କୋଭିଡ ସୂତ୍ର ତିଆରି କରିବାରେ ପ୍ରଫେସର ଅଗ୍ରୱାଲ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅପରପଟେ କୋରନାର ୪ର୍ଥ ଲହରକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସେପଟେ କରୋନାର  ପୂର୍ବାନିମାନ କରିବା କଷ୍ଟ ସାଧ୍ୟ ବୋଲି  ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ସୂଚନା ଦେଇଛନ୍ତି । ଏହା ଧିରେ ଧିରେ ଏକ ଏଣ୍ଡେମିକ୍ ସଂକ୍ରମଣ ପରି ହୋଇଯିବ । କରୋନାକୁ ଏଡେଇବାକୁ ହେଲେ ଏହାର ଟିକାକରଣ ପ୍ରମୁଖ ଏବଂ ପ୍ରଭାବଶାଳୀ ଉପାୟ ଅଟେ । ତୃତୀୟ ଡୋଜକୁ ପ୍ରତିରକ୍ଷା ଭାବରେ ବ୍ୟବହାର କରାଯିବା ଉଚିତ୍ । ଭ୍ୟାକ୍ସିନର ତୃତୀୟ ଡୋଜ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏହା ଲୋକଙ୍କର ବଞ୍ଚିବା ପାଇଁ ସହାୟତା ହେବ ବୋଲି ବୈଜ୍ଞାନିକ ସୌମ୍ୟା କହିଛନ୍ତି ।

Latest Posts

Don't Miss