spot_img

Latest Posts

ଜୁଲାଇ ମାସ ଯାଏଁ ରହିବ ଟିକା ଅଭାବ: ଅଦର ପନାୱାଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଟିକା ଅଭାବ ଚିନ୍ତାର କାରଣ ପାଲଟିଛି । ଏଭଳି ପରସ୍ଥିତିରେ ଜୁଲାଇ ମାସ ଯାଏଁ ଟିକାର ଅଭାବ ଦେଖାଯିବ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ।

World Will Need Covid Vaccines For 20 Years Says Adar Poonawalla

ସୂଚନା ଅନୁଯାୟୀ,  ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ୧ରୁ ଆରମ୍ଭ ହେବାକୁ ଥିବା ବେଳେ ଟିକା ଅଭାବ ଯୋଗୁଁ ଅନେକ ରାଜ୍ୟରେ ଟିକାକରଣ ସମ୍ଭବ ହୋଇପାରିନାହିଁ। ତେବେ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ଟିକା ଅଭାବ ରହିବ ବୋଲି କହିଛନ୍ତି ଅଦର ପୁନାୱାଲା । ଜୁଲାଇ ମାସରୁ କୋଭିସିଲ୍ଡର ଉତ୍ପାଦନ ବୃଦ୍ଧି ପାଇବ ବୋଲି ସେ ପ୍ରକାଶ କରିଛନ୍ତି।

Serum Institute Vaccine Covishield Gets DCGI Approvals

ବର୍ତ୍ତମାନ ସମୟରେ କୋଭସିଲ୍ଡର ୬-୭ କୋଟି ଡୋଜ ପ୍ରତି ମାସରେ ପ୍ରସ୍ତୁତ ହେଉଥିବା ବେଳେ ଜୁଲାଇରୁ ଟିକା ଉତ୍ପାଦନ ବଢାଯାଇ ୧୦ କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଆରମ୍ଭରେ କରୋନା ସଂକ୍ରମଣ ଧିରେଧିରେ କମିବାରେ ଲାଗିଥିଲା । ସେଥିପାଇଁ ଅଧିକ ଟିକା ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇନଥିବା ପୁନାଓ୍ବାଲା କହିଛନ୍ତି ।

Latest Posts

Don't Miss