ବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇପାରେ କରୋନା ଟିକା: ‘ହୁ’

ଜେନିଭା: କରୋନା ଟିକା ନେଇ ବଡ଼ ଆଶ୍ୱସ୍ତିକର ଖବର ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)  । ଚଳିତ ବର୍ଷ ଶେଷ ଅର୍ଥାତ ଡିସେମ୍ୱର ବେଳକୁ କରୋନାର ଟିକାର ପ୍ରସ୍ତୁତ ହୋଇସାରିଥିବ ବୋଲି କହିଛନ୍ତି ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରାଏସସ୍ । ଏଥିସହିତ ‘ହୁ’  ନିର୍ଦ୍ଦେଶକ ଟିକାର ସମାନ ଭାବେ ବିତରଣ ନେଇ ଏକତା ଓ ରାଜନୈତିକ ପ୍ରତିବଦ୍ଧତା ନେଇ ଆହ୍ୱାନ କରିଛନ୍ତି । ଏଥିସହିତ ‘ହୁ’ ଦ୍ୱାରା ଗଠିତ କୋଭାକ୍ସ ଅଧିନରେ ୯ଟି ପରୀକ୍ଷାମୂଳକ ଟିକା ରହିଥିବା କହିଛନ୍ତି । କୋଭିଡ ଭ୍ୟାକ୍ସିନ୍ ପ୍ରସ୍ତୁତି ବିତରଣ ନେଇ ଗଠିତ ସଂସ୍ଥା କୋଭାକ୍ସ ଦ୍ୱାରା 200 କୋଟି ଲୋକଙ୍କୁ ୨୦୨୧ ଶେଷ ସୁଦ୍ଧା ଟିକା ଯୋଗାଇଦେବାକୁ ଲକ୍ଷ ରଖାଯାଇଛି ।

            ଅପରପକ୍ଷରେ ସମ୍ପ୍ରତି ମହାମାରୀ ସମୟରେ ବିଶ୍ୱର ସ୍ଥିତି ଅନୁଧ୍ୟାନ ନେଇ ଦୁଇ ଦିନିଆ ବୋର୍ଡ ମିଟିଂ ଅନୁଷ୍ଠିତ ହୋଇଥିଲା । ଏଥିରେ ଜର୍ମାନୀ, ବ୍ରିଟେନ୍ ଏବଂ ଅଷ୍ଟ୍ରେଲିଆ ଏଥିରେ ଭାଗ ନେଇଥିଲେ ।

ଭୟଙ୍କର ଭୂତାଣୁ କରୋନା ଯୋଗୁଁ ଆମେରିକାରେ ମୃତକଙ୍କ ସଂଖ୍ୟା ସର୍ବାଧିକ, ତୃତୀୟ ସ୍ଥାନରେ ଭାରତ

ଯୁକ୍ତ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ପୂର୍ବରୁ ହିଁ ମହାମରୀ ନେଇ ‘ହୁ’ ଭୂମିକାକୁ ସମାଲୋଚନା କରିଛନ୍ତି । ଚୀନର ଉହାନରୁ ଭାଇରସର ଉତ୍ପତ୍ତି ହୋଇଥିବା ବେଳେ ଏ ନେଇ ବେଜିଂର ଆକ୍ସନ କ’ଣ ଥିଲା । ଏ ନେଇ ପ୍ରଶ୍ନ କରାଯିବା କଥା, କିନ୍ତୁ ‘ହୁ’ ପକ୍ଷରୁ କିଛି କରାଯାଉନଥିବା ଅଭିଯୋଗ କରିଛି ଆମେରିକା ।

ତେବେ ୩ କମିଟି ‘ହୁ’ କାର୍ଯ୍ୟଶୈଳୀ ଓ ୨୦୦୫ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମକୁ ନେଇ ଅନୁଧ୍ୟାନ କରୁଛି । ଯେଉଁଥିରେ ହେଲ୍ଥ ଏମରଜେନ୍ସି ସମୟରେ ବ୍ୟବସାୟ ଓ ପରିଭ୍ରମଣ ଉପରେ କଟକଣା ଜାରି କରିଛି ।

Leave a Reply