ଉପ-ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଟେଷ୍ଟିଂ ଜୋରଦାର : ଉତ୍କଳ ୟୁନିଭରସିଟିରେ କେହି ବି ନୁହଁନ୍ତି କରୋନା ସଂକ୍ରମିତ

ଭୁବନେଶ୍ୱର: ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟରେ କରାଯାଇଛି କରୋନା ଟେଷ୍ଟ  । ଉତ୍କଳ ବିଶ୍ୱବିଦ୍ୟାଳୟରେ କେହି ବି କରୋନା ସଂକ୍ରମିତ ହୋଇନାହାନ୍ତି  ।  ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ଆସନ୍ତାକାଲି ଆରଟିପିସିଆର ଟେଷ୍ଟ କରାଯିବ । ବିଶ୍ବବିଦ୍ୟାଳୟ ତରଫରୁ ୪୦୦ଜଣଙ୍କର ଟେଷ୍ଚ ପାଇଁ ତାଲିକା ହୋଇଛି । ଏହା ସହ ପୋଲିସ ଷ୍ଟାଫ୍ ଏବଂ ଅନ୍ୟ ଷ୍ଟାଫ୍ ମାନଙ୍କର ମଧ୍ୟ ଟେଷ୍ଟିଂ କରାଯିବ । ଅନ୍ୟପଟେ କାଲିଠୁ ମ୍ୟାସିଭ ଭ୍ୟାକ୍ସିନେସନ୍ ଆରମ୍ଭ ହେବାକୁ ଯାଉଛି। ତିନୋଟି ଜୋନରେ ଜେଡିସି ମାନେ ତାଲିକା ପ୍ରସ୍ତୁତ କରି ଆମକୁ  ଦେଇଛନ୍ତି । ୬ଟି ବିଭାଗରେ କାର୍ଯ୍ୟରତ ଲୋକଙ୍କୁ ଏଥର ଗୁରୁତ୍ବ ଦିଆଯାଇଛି  । ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ଲିଷ୍ଟ ଆମେ ପ୍ରସ୍ତୁତ କରିଛି ବିଏମସି । ଏଣିକି ସମସ୍ତ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ ଭ୍ୟାକ୍ସିନ ପାଇଁ ଟାର୍ଗେଟ ଦିଆଯାଇଛି । ପ୍ରତି ହସ୍ପିଟାଲରେ ୨ଟା ଭ୍ୟାକ୍ସିନେଟର ଟିମ୍ କାର୍ଯ୍ୟ କରୁଛି । ପୂର୍ବରୁ ଗୋଟିଏ ଟିମ୍ ୧୦୦ ଲୋକଙ୍କର ଭ୍ୟାକ୍ସିନେସନ୍ କରୁଥିଲେ । ସେହିପରି ପ୍ରାଇଭେଟ୍ ହସ୍ପିଟାଲମାନଙ୍କରେ  ମୋବିଲାଇଜେସନ୍  ୩୦ ପ୍ରତିଶତରୁ ୫୦ପ୍ରତିଶତକୁ ବଢାଇ ଦିଆଯାଇଛି। ରାଜ୍ୟ ସରକାର ବିଏମସିକୁ ୬ ହଜାରର  ଟାର୍ଗେଟ ଦେଇଛନ୍ତି । କାଲିଠାରୁ ଭୁବନେଶ୍ବରର ୨୪ଟି ସରକାରୀ ଏବଂ ୩୧ ପ୍ରାଇଭେଟ୍ ହସ୍ପିଟାଲରେ ଟୀକାକରଣ କରାଯିବ । କଣ୍ଟେନମେଣ୍ଟ ଜୋନ୍ କରିବା ପାଇଁ ବିଏମସି ପାଖରେ କ୍ଷମତା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ସେଭଳି କୌଣସି ସ୍ଥାନରେ କଣ୍ଟେନମେଣ୍ଟ କରିବା ପରିସ୍ଥିତି ଉପୁଜିନି । ଯେଉଁ ସବୁ ସ୍ଥାନରେ ଉପୁଜିଛି ସେ ଅନୁଷ୍ଠାନକୁ ସିଲ୍ କରାଯାଇଛି । ଯଦି ସେଭଳି ପରିସ୍ଥିତି ଆସେ ତେବେ ଲୋକଙ୍କ ସୁରକ୍ଷା ପାଇଁ ଏରିଆ କଣ୍ଚେନମେଣ୍ଟ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିଶନର କହିଛନ୍ତି  ।

Leave a Reply