spot_img

Latest Posts

ଶୀତ ଅଧିବେଶନ ନେଇ ପ୍ରସ୍ତୁତି: ଆରମ୍ଭ ହେଲା କୋଭିଡ ଟେଷ୍ଟ

ଭୁବନେଶ୍ୱର: କରୋନା କଟକଣା ଭିତରେ ନଭେମ୍ବର ୨୦ତାରିଖରୁ ଚାଲିବ ବିଧାନସଭା l ଏଥିଲାଗି  ଆଜିଠାରୁ ଆରମ୍ଭ ହୋଇଛି କରୋନା ଟେଷ୍ଟ । ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଟେଷ୍ଟ ପାଇଁ ନମୁନା ଦେଇଛନ୍ତି । ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ  କର୍ମଚାରୀ ଓ ବିଧାନସଭାର କର୍ମଚାରୀଙ୍କ କୋଭିଡ ଟେଷ୍ଟ ପାଇଁ ନମୁନା ଦେବେ । ଚଳିତ ଥର ଭିଡ଼କୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀ ଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟର କରାଯାଇଛି। ୧୭,୧୮,୧୯ ତିନି ଦିନ ପର୍ଯ୍ୟନ୍ତ ଏହି ଟେଷ୍ଟିଂ ଚାଲିବ । ଯେଉଁମାନଙ୍କ ରିର୍ପୋଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ବୟସ୍କ ଏବଂ ଅସୁସ୍ଥ ଅନୁଭବ କରୁଥିବା ମନ୍ତ୍ରୀ କିମ୍ବା ବିଧାୟକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟ ଲୋକସେବା ଭବନ ଏବଂ ନିଜ ରେସିଡେଣ୍ଟ ଅଫିସରେ ହାଇସ୍ପିଡ ଇଣ୍ଟରନେଟ ବ୍ୟବସ୍ଥା କରାଯାଇଛି। ମୌସୁମୀ ଅଧିବେଶନ ଭଳି ଶୀତ ଅଧିବେଶନ ଚାଲିବ।

ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ ଏହି ଟେଷ୍ଟ ବାଧ୍ୟତା ମୂଳକ ବୋଲି ବାଚସ୍ପତି କହିଛନ୍ତି l ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଏହାର ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମକୁ ଦିଆଯାଇଛି l  ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ବି  କୋଭିଡ ସ୍ଥିତି ହେଉଥିବାରୁ  ଗୃହକାର୍ଯ୍ୟକୁ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ବାଚସ୍ପତି କହିଛନ୍ତି l ବିଧାଯ଼କଙ୍କ ବସିବା ପାଇଁ ସମସ୍ତ  ବ୍ୟବସ୍ଥା କରାଯାଇଛି ।  ତଳ ମହଲା ସମେତ ବାଚସ୍ପତିଙ୍କ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଶୀତ ଅଧିବେଶନ ପାଇଁ  ବିଧାନସଭା ପରିସରକୁ ଦୈନିକ ଦୁଇ ଥର ସାନିଟାଇଜେସନ ପାଇଁ ବିଏମସିକୁ ଦାୟିତ୍ୱ ଦିଆଯାଇଛି ।

Latest Posts

Don't Miss