ବଢ଼ୁଛି ସଂକ୍ରମଣ, ଲକ୍‌ଡାଉନ୍‌ ହେବା ଉଚିତ୍‌ ନା ନୁହେଁ ? ଜାଣନ୍ତୁ ଲୋକଙ୍କ ମତ…

1 min read
Corona

ଭୁବନେଶ୍ୱର: ଦେଶରେ ଏବେ ପୁଣି କରୋନା ସଂକ୍ରମଣକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ମନରେ ଲକ୍‌ଡାଉନ୍ ସଟ୍‌ଡାଉନ୍ ଭୟ ମଧ୍ୟ ଆସୁଛି । ତେବେ ଏହାରି ଭିତରେ ଲୋକଙ୍କ ମନର କଥା ଜାଣିବା ପାଇଁ ନନ୍ଦିଘୋଷ ଟିଭି ଡିଜିଟାଲ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ଏକ ପୋଲ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ସାଧାରଣ ଲୋକଙ୍କ ମତ ମଗାଯାଇଥିଲା । ଅନେକ ଲୋକ ଏନେଇ ନିଜର ମତାମତ ରଖିଛନ୍ତି ।

ଲକ୍‌ଡାଉନ ହେବା ଉଚିତ୍‌ ନୁହେଁ

ସଂକ୍ରମଣ ବୃଦ୍ଧି ପାଉଛି ତାହା ସତ, ହେଲେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ପାଇଁ ଲୋକେ ଅମଙ୍ଗ । ଲକ୍‌ଡାଉନ୍ କିମ୍ବା ସଟ୍‌ଡାଉନ୍‌କୁ ଲୋକେ ଆଉ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି । କିଛି କିଛି ଲୋକ ସିଧା ସଳଖ କହୁଛନ୍ତି ଏଥର ଯାହା ବି ହେଉ ଲକ୍‌ଡାଉନ୍‌ ନହେଉ । କାରଣ ଗତ ଲକ୍‌ଡାଉନ୍ ଯୋଗୁଁ ସେମାନେ ଅନେକ କିଛି କ୍ଷତି ସହିଛନ୍ତି । ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ପୁଣି ଥରେ ଯଦି ଲକ୍‌ଡାଉନ୍‌ ହୁଏ ତେବେ ଜୀବିକା ନିର୍ବାହ କରିବା କଷ୍ଟ ହୋଇପଡ଼ିବ ।

ଲକ୍‌ଡାଉନ୍‌ ପାଇଁ ହଁ

ଅନ୍ୟପଟେ କିଛି ଲୋକ କରୋନା ସଂକ୍ରମଣ ଓ ମୃତ୍ୟୁ ହାରକୁ ଦେଖି ଡରିଯାଉଛନ୍ତି । ଫଳରେ ସେମାନେ ପୁଣି ଥରେ ଲକ୍‌ଡାଉନ୍ ହେଉ ବୋଲି ଚାହୁଛନ୍ତି । ତେବେ ଲକ୍‌ଡାଉନ୍ ପାଇଁ ସହମତି ପ୍ରକାଶ କରୁଥିବା ଲୋକଙ୍କୁ ସୋସିଆଲ ମିଡିଆରେ ନାନା ସମାଲୋଚନା କରାଯାଇଛି । କିଛି ସାସିଆଲ ମିଡିଆ ୟୁଜର କହିଛନ୍ତି ଯେଉଁମାନଙ୍କର କିଛି କାମ ଧନ୍ଦା ନାହିଁ ସେମାନେ ଲକ୍‌ଡାଉନ୍‌କୁ ସହଜରେ ଗ୍ରହଣ କରିପାରିବେ । ହେଲେ ଯେଉଁମାନେ ନିୟମିତ ପରିଶ୍ରମ କଲେ ହିଁ ସେମାନଙ୍କ ଜୀବିକା ନିର୍ବାହ ହୁଏ ସେମାନେ କେବେ ବି ଲକ୍‌ଡାଉନ୍ ହେଉ ବୋଲି ଚାହିଁବେ ନାହିଁ । ସେହିଭଳି କିଛି ଲୋକ ସିଧାସଳଖ ସରକାରଙ୍କୁ ସମାଲୋଚନା କରିଛନ୍ତି ଯେ, ସଂକ୍ରମଣ ବୋଲି କିଛି ନାହିଁ । ସରକାର ଓ ଗଣମାଧ୍ୟମ କେବଳ ଲୋକଙ୍କୁ ଡରାଉଛନ୍ତି ।

କେମିତି ଥିଲା ମାର୍ଚ୍ଚ ୨୦୨୦

ଗତବର୍ଷ ଠିକ୍ ଏହି ସମୟରେ କରୋନା ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଭିରେ କରୋନା ଖବର ପ୍ରସାରିତ ହେବା ମାତ୍ରେ ଛତିରେ ଛନକା ପଶିଯାଏ । ୨୦୨୦ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ବେଳକୁ ଦେଶରେ ଦୈନିକ କରୋନା ସଂକ୍ରମଣ ୨୦-୨୫ ରହିଥିଲା । ହେଲେ ଭୟ କାହିଁରେ କ’ଣ ଥିଲା । କିନ୍ତୁ ୨୦୨୧ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କରୋନା ସଂକ୍ରମଣ ଦୈନିକ ୬୦ରୁ ୬୫ ରହିଛି । ହେଲେ ଲୋକଙ୍କ ମନରେ ଭୟ ପୂର୍ବ ଅପେକ୍ଷା କମ୍ ରହିଛି ।

Vaccination Plan For Cop’s Of Twin City

୨୦୨୧ ମାର୍ଚ୍ଚ ୧୭ରେ ଅର୍ଥାତ୍ ଆଜି, ନରେନ୍ଦ୍ର ମୋଦି ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆଲୋଚନା କରିଛନ୍ତି । ୨୦୨୦ ମାର୍ଚ୍ଚ ୧୫ରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ ଦେଶର ନେତାଙ୍କ ସହ ଆଲୋଚନା କରିଥିଲେ । ତେବେ ସେହିଦିନର ସଂକ୍ରମଣ ସଂଖ୍ୟା ୨୩କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧୦୭ରେ ପହଞ୍ଚିଥିଲା । ମାର୍ଚ୍ଚ ମାସ ବେଳକୁ କରେନା ଧିରେ ଧିରେ ଆରମ୍ଭ ହେଉଥିଲା । ସେତେବେଳେ ଦିଲ୍ଲୀରେ ତବ୍ଲିକ୍ ଜମାତ୍ କାରଣରୁ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଥିଲା । କିନ୍ତୁ ଏବେ ମହାରାଷ୍ଟ୍ରର ସଂକ୍ରମଣ ବଢ଼ିବାରେ ଲାଗିଛି । କିଛି ଦିନ ପୂର୍ବରୁ ସଂକ୍ରମଣ ସଂଖ୍ୟା ଶୁନ ଆଡ଼କୁ ଯାଉଥିବା ବେଳେ ଏବେ ପୁଣି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

Vaccination Plan For Cop’s Of Twin City

ଅନ୍ୟପଟେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, କରୋନା ସହ ଲଢ଼ିବାରେ ଆମର ଅଭିଜ୍ଞତା ରହିଛି । ତେଣୁ ଏବେ ସେହି ଅଭିଜ୍ଞତାକୁ ବ୍ୟବହାର କରିବା ଉଚିତ୍‌ । କରୋନା ସଂକ୍ରମଣକୁ ବ୍ରେକ୍‌ ଦେବା କଡ଼ା ପଦକ୍ଷେପ ନେବା ଉଚିତ୍‌ । ଯଦି ଆବଶ୍ୟକ ପଡ଼େ ତେବେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ହେବା ଉଚିତ୍‌ । ସ୍ଥାନୀୟ ପ୍ରଶାସନ ମାନେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ନିୟମ କଡ଼ା କଡ଼ି କରିବା ଉଚିତ୍‌ । ପୂର୍ବ ଭଳି 3T (ଟ୍ରାକ୍‌-ଟେଷ୍ଟ-ଟ୍ରିଟ୍‌) ଉପାୟ ମଧ୍ୟ ଆପଣାଇବା ଜରୁରୀ । ସେହିଭଳି ସବୁ ରାଜ୍ୟ ଆର୍‌ଟିପିସିଆର୍‌ ଟେଷ୍ଟଂ ସଂଖ୍ୟା ବୃଦ୍ଧି ଉପରେ ଗରୁତ୍ୱ ଦେବା ଆବଶ୍ୟକ ।

Leave a Reply