ସାରା ବିଶ୍ୱରେ କରୋନା ଟିକା ପାଇଁ ଚାଲିଛି ଆଡଭାନ୍ସ ବୁକିଂ, ଜାଣନ୍ତୁ ଟିକାର ମୂଲ୍ୟ କେତେ ହେବ ?

1 min read
Know The Three Districts Of Odisha, Where Active Covid Case Less Than 10

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମ ବଢ଼ିବାରେ ଲାଗିଛି । କିଛି ଦେଶମାନଙ୍କରେ କରୋନା ସଂକ୍ରମଣର ୩ୟ ତରଙ୍ଗ ଆରମ୍ଭ ହୋଇଛି । ଯାହା ପୂର୍ବାପେକ୍ଷା ଆହୁରି ଅଧିକ ଶକ୍ତିଶାଳୀ ରହିଛି । ଯେଉଁଥିପାଇଁ ଲୋକଙ୍କୁ ଏହାର ସାମ୍ନାକରିବା ବହୁତ କଷ୍ଟକର ହେଉଛି । ତେବେ ଏଥିରୁ ବଞ୍ଚିବା ପାଇଁ ଏବେ କେବଳ କରୋନା ଟିକାରହିଁ ଅପେକ୍ଷା । ଅକ୍ଟୋବର ୩୦ ସୁଦ୍ଧା ପ୍ରାୟ ୪.୫ କୋଟିରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱର ପ୍ରାୟ ୬୦-୭୦ପ୍ରତିଶତ ଲୋକଙ୍କୁ ସଠିକ୍ ଟିକା ଦେବା ଆବଶ୍ୟକତା ରହିଛି ।

ବିଶ୍ୱର ସମସ୍ତ ଦେଶ ଯଥାଶୀଘ୍ର ପ୍ରତିରକ୍ଷା ପାଇଁ ଟିକା ଖୋଜୁଛନ୍ତି । ଗୋଟିଏ କରୋନା ଟିକା ପାଇଁ ପ୍ରତିଯୋଗିତା ମଧ୍ୟରେ ଏହାର ମୂଲ୍ୟ କେତେ ହେବ ସେନେଇ ବିତର୍କ ମଧ୍ୟ ଚାଲିଛି । ବିଲ୍ ଗେଟ୍ସଙ୍କ ସମେତ ସମସ୍ତ ଜନସ୍ୱାସ୍ଥ୍ୟ ସପକ୍ଷରେ ଥିବା ଲୋକମାନେ କହିଛନ୍ତି ଯେ ଅନ୍ତତ ପକ୍ଷେ ଗରିବ ଦେଶରେ ଟିକାର ମୂଲ୍ୟ ଉପରେ ଏକ ସୀମା ରହିବା ଉଚିତ୍ ।

ଯଦିଓ କରୋନା ଭ୍ୟାକ୍ସିନର ମୂଲ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଆନୁଷ୍ଠାନିକ ଭାବରେ ସ୍ଥିର ହୋଇନାହିଁ । ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ ଏହି ଟିକା ଦୁଇ ଡୋଜର ମୂଲ୍ୟ ୪୫୦ ରୁ ୫,୫୦୦ ଟଙ୍କା ମଧ୍ୟରେ ହୋଇପାରେ । ସର୍ବଭାରତୀୟ ସ୍ତରରେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ମୋଡର୍ନା ଆକଳନ କରିଛନ୍ତି ଯେ ଗୋଟିଏ ଡୋଜର ମୂଲ୍ୟ $ ୩୨ ରୁ $ ୩୭ ମଧ୍ୟରେ ହେବ । ମୋଡର୍ନା ‘mRNA-1273’ ନାମକ ଏକ ଟିକା ଉପରେ କାମ କରୁଛି ।

ସୂଚନାନୁସାରେ, ଭାରତରେ ଅଷ୍ଟ୍ରାଜେନେକା ଦ୍ୱାରା ବିକଶିତ ହେଉଥିବା ଦୁଇଟି ଟିକା ମୂଲ୍ୟ ୭୦୦ ରୁ ୨,୦୦୦ ଟଙ୍କା ମଧ୍ୟରେ ହୋଇପାରେ । ଏହା ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ଦ୍ୱାରା ଭାରତରେ ଉତ୍ପାଦିତ ହେବ । ତେବେ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ । ବଣ୍ଟନ ପାଇଁ ଲାଇସେନ୍ସ ପାଇବା ପରେ ହିଁ ଟୀକାକରଣର ଅନ୍ତିମ ମୂଲ୍ୟ ଘୋଷଣା କରାଯିବ ।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର୍ଶ ପୁନାୱାଲା ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଆମେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା କରୁଛୁ । ବର୍ତ୍ତମାନ ସମୟରେ ଆମେ ଟିକା ମୂଲ୍ୟ ଉପରେ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ । କିନ୍ତୁ ଆମେ କହିପାରିବା ଯେ ଏହାର ମୂଲ୍ୟ ଶହେ ଟଙ୍କା ହେବ । ”

ତେବେ ମୂଲ୍ୟ କିପରି ସ୍ଥିର ହେବ ?

କରୋନା ଟିକାର ମୂଲ୍ୟ ଏହାର ରିସର୍ଚ ଏବଂ ବିକାଶରେ ଖର୍ଚ୍ଚ ହୋଇଥିବା ଟଙ୍କା ଏବଂ ପରୀକ୍ଷା ଫଳାଫଳ ଉପରେ ନିର୍ଭର କରିବ । କରୋନା ଟିକା ଉପରେ ପ୍ରାୟ ୧୭୦ ଟି ବିଭିନ୍ନ ଗବେଷଣା ଚାଲିଥିବାବେଳେ ସେଥିମଧ୍ୟରୁ ୫୦ ଟି ଟିକା ଉପରେ ମାନବ ପରୀକ୍ଷା ଚାଲିଛି । ବିଶ୍ୱର ବିଭିନ୍ନ ସ୍ଥାନରୁ ସରକାର ଏବଂ ସୁପର ଧନୀ ବ୍ୟକ୍ତି ଏହି ଦୌଡ଼ରେ ବହୁ ଅର୍ଥ ବିନିଯୋଗ କରିଛନ୍ତି । ଏଥିମଧ୍ୟରୁ ୧୦ ଟି ଟିକା ଗତ ମାସ ମଧ୍ୟରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଯଦିଓ ପରୀକ୍ଷଣ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ତଥାପି ଆମେରିକା, ବ୍ରିଟେନ, କାନାଡା ଏବଂ ଋଷ ଭଳି ଦେଶମାନେ ଟୀକା ପାଇବା ପାଇଁ ଫ୍ରେଣ୍ଟରନର ଉତ୍ପାଦକମାନଙ୍କ ସହିତ ଡିଲ କାରିସାରିଛନ୍ତି । ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଚାପରେ ଅଛନ୍ତି ଯେ ଏହି ଟିକା ସୁଲଭ ମୂଲ୍ୟରେ ରହିବା ଉଚିତ ଏବଂ ନିବେଶକମାନଙ୍କ ପାଇଁ ମଧ୍ୟ ଲାଭ ହେବ । ଶୀଘ୍ର ଏବଂ ଶସ୍ତା ଉତ୍ପାଦନ ପାଇଁ ଏହି କମ୍ପାନୀଗୁଡ଼ିକ ଅତିରିକ୍ତ ପାଣ୍ଠି ଆବଶ୍ୟକ କରନ୍ତି । ମଡର୍ନା ସିଇଓ ଷ୍ଟିଫେନ୍ ବେନସାଲ ଗୁରୁବାର ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଆମେ mRNA-1273 ଲଞ୍ଚ କରିବାକୁ ପ୍ରସ୍ତୁତ ଅଛୁ ।

କମ୍ପାନୀ ଏବଂ ଦେଶ ମଧ୍ୟରେ ଅଗ୍ରୀମ ଚୁକ୍ତିନାମା ଉପରେ ଆଧାର କରି କୋଭିଡ -୧୯ ଟିକା ମୂଲ୍ୟ ଆକଳନ କରାଯାଇଛି । ଉଦାହରଣ ସ୍ୱରୂପ ମୋଡର୍ନା ତାଙ୍କର ଭ୍ୟାକ୍ସିନର ଦୁଇଟି ଡୋଜ ପାଇଁ ୫୦ରୁ ୬୦ ଡଲାର ପାଇଁ ସହମତ ହୋଇଛନ୍ତି । ଅନ୍ୟପକ୍ଷରେ, ଫିଜର ଏବଂ ବାୟୋଏନଟେକ୍ ସହିତ ଆମେରିକାର ଚୁକ୍ତିରେ ଦୁଇ-ଡୋଜ୍ ଟିକାର ମୂଲ୍ୟ ୩୯ ଡଲାର ଅଟେ । ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଚାରି ୟୁରୋପୀୟ ଦେଶ ସହିତ ଚାରି ଗୁଣ କମ୍ ମୂଲ୍ୟରେ ଦୁଇ ଡୋଜର ମୂଲ୍ୟ ୬ ରୁ ୮ ଡଲାରରେ ଚୁକ୍ତି କରିଛି ।

ସେହିଭଳି ଜନସନ ଆଣ୍ଡ ଜନସନ, ସାନୋଫି ଏବଂ ଜିଏସକେ ଭଳି କମ୍ପାନୀ ୟୁରୋପରେ ଦୁଇଟି ଡୋଜର ଟିକା ପାଇଁ $ ୨୦ରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଚାଇନାରେ, ସିନୋଭାକ୍ ନାମକ ଏକ ଟିକା, କିଛି ସହରରେ ଜରୁରୀକାଳୀନ କାର୍ଯ୍ୟକ୍ରମ ଅଧୀନରେ ଏହାର ଟିକା ୬୦ ଡଲାରରେ ବିକ୍ରି କରିବା ଆରମ୍ଭ କରିଛି ।

ଆମେରିକା ସରକାର ଟିକା ଉତ୍ପାଦନକାରୀଙ୍କ ସହ ୧୦ ବିଲିୟନ ଡଲାରର ଅଗ୍ରୀମ ଚୁକ୍ତି କରିଛନ୍ତି । ଏହି ଟିକା ଯୋଗାଇବା ଉଦ୍ଦେଶ୍ୟରେ “ଅପରେସନ୍ ୱାର୍ପ ସ୍ପିଡ୍” (OWS) ନାମକ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ଲାନ ନିର୍ମାଣ ପାଇଁ ଆମେରିକା ସରକାର ଜନସାଧାରଣ ପାଣ୍ଠିରୁ ୧୦ ବିଲିୟନ ଡଲାର ବିନିଯୋଗ କରିଛି ।

କେତେକ ଫାର୍ମା କମ୍ପାନୀ ଅର୍ଥନୈତିକ ପରିଚାଳନା ପାଇଁ ଏକ ଅଗ୍ରୀମ ଚୁକ୍ତି କରିଛନ୍ତି । ଯାହା ଅଧୀନରେ ଟିକା ବିକଶିତ କରିବା ପାଇଁ ସେମାନଙ୍କୁ କିଛି ଅଗ୍ରୀମ ଅର୍ଥ ମଧ୍ୟ ମିଳିଛି । ଉଦାହରଣ ଫିଜର୍ ଯଦି ଟିକାକୁ ସଫଳତାର ସହ ବିକଶିତ କରେ ତେବେ ୧୦ କୋଟି ଡୋଜ ଯୋଗାଇବା ପାଇଁ ଆମେରିକା ସହିତ ୧.୯ ବିଲିୟନ ଡଲାର ଚୁକ୍ତି କରିଛି । ଯେତେବେଳେ ମୋଡର୍ନା ଅଗ୍ରୀମ ପାଣ୍ଠି ଉପରେ ନିର୍ଭର କରେ । ଏହାର ପ୍ରି-କ୍ଲିନିକାଲ୍ ଗବେଷଣା, ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ କମ୍ପାନୀ ୪୮୩ ମିଲିୟନ ଡ଼ଲାର ପାଇଛି । ଏହା ବ୍ୟତୀତ କମ୍ପାନୀ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ୪୭୨ ମିଲିୟନ ଡଲାରର ଆଉ ଏକ ପାଣ୍ଠି ପାଇଛି ।

ସେହିଭଳି ବ୍ରିଟେନ ଫାର୍ମା କମ୍ପାନୀଗୁଡିକ ସହିତ ବାୟୋନୋଟେକ୍-ଫିସର, ଆଷ୍ଟ୍ରାଜେନେକା, ୱାଲନେଭା ଏବଂ ଜିଏସକେ / ସାନୋଫି ସହିତ ଚୁକ୍ତିନାମା ମଧ୍ୟ କରିଛି ।

Leave a Reply