ରଥଯାତ୍ରା ପରେ ସ୍ଥଗିତ ରହିଲା କାଉଡ଼ି ଯାତ୍ରା

ନୂଆଦିଲ୍ଲୀ: କରୋନା ଉଜାଡ଼ି ଦେଲାଣି ଜୀବନ । କୋଭିଡ୍ ସଂକ୍ରମଣ ଯୋଗୁଁ ଲୋକ ଘରେ ବନ୍ଦୀ ହୋଇ ରହିଥିବା ବେଳେ ପର୍ବପର୍ବାଣୀ ପ୍ରଭାବିତ ହେବାରେ ଲାଗିଛି । ପ୍ରଥମେ ଚଳିତବର୍ଷ ସଂକ୍ରମଣକୁ ନଜରରେ ରଖି ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ବାର୍ଷିକ କାଉଡ଼ି ଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଭିଡିଓ କନଫରେନ୍ସିଂ ଯୋଗେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ମୁଖ୍ୟମନ୍ତ୍ରୀ ଶନିବାର ଆଲୋଚନା କରିଥିଲେ । କରୋନା ସଂକ୍ରମଣ ଦେଶରେ ବଢ଼ି ଚାଲିଥିବାରୁ ଚଳିତବର୍ଷ କାଉଡ଼ି ଯାତ୍ରା ବନ୍ଦ ପାଇଁ ୩ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଶ୍ରାବଣ ମାସ ସୋମବାରରେ ଶିବଭକ୍ତ ନଦୀରୁ ଜଳ ନେଇ ଭୋଳାବାବାଙ୍କୁ ଅର୍ପଣ କରିଥାନ୍ତି । ଜୁଲାଇରେ ହରିଦ୍ୱାରର ଗଙ୍ଗା ନଦୀରୁ କାଉଡ଼ିଆ ପାଣି ଭାର ଧରି ବିଭିନ୍ନ ଶୈବପୀଠକୁ ଯାଇଥାନ୍ତି । ନଦୀ ପଠାରୁ ମନ୍ଦିର ବେଢ଼ା ଯାଏଁ କାଉଡ଼ିଆଙ୍କ ଭିଡ଼ ଲାଗେ । ଭିଡ଼ରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ୩ ରାଜ୍ୟ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?

Leave a Reply