ଦ୍ୱିତୀୟ ଡୋଜ ପାଇଁ ନାହିଁ ଟିକା, ଆବଶ୍ୟକ ୬ ଲକ୍ଷ ଅଛି ଲକ୍ଷେ

ଭୁବନେଶ୍ୱର: କରୋନା ସଂକଟରେ ଥମୁନି ଟିକା ଟେନ୍‌ସନ୍। ୪୫ ବର୍ଷରୁ ଅଧିକଙ୍କୁ ଦିଆଯାଉଥିବା କୋଭିସିଲ୍‌ଡ ଟିକାର ଅଭାବ ପୁଣି ଥରେ ପରିଲିଖିତ ହୋଇଛି । ଏପରିକି ଟିକା ଅଭାବରୁ ଦିଆଯାଇପାରିବନି ଦ୍ବିତୀୟ ଡୋଜ୍ କୋଭିସିଲ୍‌ଡ ଟିକା । ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ୬.୩ଲକ୍ଷ ଡୋଜ୍ ଆବଶ୍ୟକ ରହିଛି ।

ତେବେ ରାଜ୍ୟରେ ଏବେ ୧ଲକ୍ଷ ୬ହଜାର ୬୬୦ କୋଭିସିଲ୍ଡ ଟିକା ଅଛି । ରାଜ୍ୟରେ ଯେତିକି ପରିମାଣର ଟିକା ଅଛି ତାହା ଯଥେଷ୍ଟ ନୁହେଁ । ଆସନ୍ତାକାଲି ୫ଜିଲ୍ଲାରେ ଟିକାକରଣ ବନ୍ଦ ରହିବା ନେଇ କହିଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲରେ ଟିକାକରଣ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୭ଲକ୍ଷ ୭୬ହଜାର ୩୭୧ ଜଣଙ୍କୁ ଟିକାକରଣ ହୋଇଛି । ସେହିପରି ରାଜ୍ୟରେ ୩ଲକ୍ଷ ୩୪ହଜାର ୫ଶହ କୋଭାକ୍ସିନ ଟିକା ମହଜୁଦ ଅଛି । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଆବଶ୍ୟକୀୟ କୋଭିସିଲଡ ଟିକା ନଥିବା ଅଭିଯୋଗ ହୋଇଛି ।

Leave a Reply