ମେ ମାସ ଶେଷ ବା ଜୁନ୍ ମାସ ଆରମ୍ଭରୁ କମିବ କରୋନା ସଂକ୍ରମଣ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ଜୁନ ମାସରେ କରୋନାରୁ ମିଳିବ ଆଶ୍ୱସ୍ତି । ମେ ମାସ ଶେଷ ବା ଜୁନ୍ ମାସ ଆରମ୍ଭରୁ କମିବ କରୋନା ସଂକ୍ରମଣ । ମେ ୩୧ ପରେ ସଂକ୍ରମଣ ସଂଖ୍ୟା ଦଶ ହଜାର ତଳକୁ ଆସିବ । ରାଜ୍ୟରେ କରୋନା ଦ୍ୱିତୀୟ ଲହର ବିଳମ୍ବରେ ବୃଦ୍ଧି ହୋଇଥିବାରୁ ଅନ୍ୟ ରାଜ୍ୟଙ୍କ ତୁଳନାରେ ବିଳମ୍ବରେ କମିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଦୈନିକ ଦଶରୁ ବାର ହଜାର ପଜିଟିଭ୍‌ ସଂଖ୍ୟା ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିବ ।

ବର୍ତ୍ତମାନ ସ୍ଥିତି ପ୍ଲାଟ୍ୟୁ ଷ୍ଟେଜ୍‌ରେ ରହିଛି ଏବଂ ପଜିଟିଭ ହାର କୋଡ଼ିଏ ପ୍ରତିଶତ ରହିଛି, ଟେଷ୍ଟ କମ୍‌ କିମ୍ବା ବେଶି ହେଲେ ମଧ୍ୟ ସେହି ହାରରେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଏଣିକି ଗାଁଗୁଡ଼ିକୁ ଫୋକସ୍‌ କରିବାକୁ ପଡିବ । ରାଜ୍ୟରେ ସର୍ବନିମ୍ନ ଆଉ ଦୁଇ ସପ୍ତାହ ଲକ୍‌ଡାଉନ୍‌ ଆବଶ୍ୟକ । ଲକ୍‌ଡାଉନ୍‌ ମିୟମକୁ ଆହୁରି କଡ଼ାକଡ଼ି କରିବାକୁ ପଡ଼ିବ । ସରକାର ମଧ୍ୟ ଲକ୍‌ଡାଉନ୍‌କୁ ଆଉ ଅଧିକ କଡ଼ାକଡ଼ି କରିପାରିଲେ ସଂକ୍ରମଣ ଉପରେ ରୋକ୍ ଲଗାଯାଇପାରିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।

ସେପଟେ ସହର ଅପେକ୍ଷା ଗାଁରେ ଲୋକ ଅଧିକ ଅମାନିଆ ହେଉଛନ୍ତି । ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଆହୁରି କଡ଼ାକଡ଼ି ହେବା ଦରକାର । ୬ ଘଣ୍ଟା କୋହଳ ବେଳେ ଲୋକ ବେଶୀ ଭିଡ଼ ଜମାଉଛନ୍ତି । ଲଗାତାର ଆମ ରାଜ୍ୟରେ ୨୦ ପ୍ରତିଶତ ପଜିଟିଭ୍‌ ହାର ରହୁଛି। ବୋଲି ଡାକ୍ତର ସୂର୍ଯ୍ୟ ଚୌଧୁରୀ କହିଛନ୍ତି ।

Leave a Reply