କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍: ଦେଶରେ ୨୪ ଘଣ୍ଟାରେ ୯୦ ହଜାର ୮୦୨ ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ଦେଶରେ ୯୦ହଜାର ୮୦୨ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଜାରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ଲକ୍ଷ ୪ହଜାର ୬୧୪କୁ ବୃଦ୍ଧି ହୋଇଛି । ଆକ୍ଟିଭ୍ କେସ୍ ୮ଲକ୍ଷ ୮୨ହଜାର ୫୪୨ ଥିବା ବେଲେ ସୁସ୍ଥ ହେଲେଣି ୩୨ଲକ୍ଷ ୫୦ହଜାର ୪୨୯ଜଣ ।

ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୭୧ହଜାର ୬୪୨କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୯ଲକ୍ଷ ୭ହଜାର ୨୧୨ ସଂକ୍ରମିତ ହୋଇଥିବା ବେଲେ ମୃତ୍ୟୁସଂଖ୍ୟା ୨୬ହଜାର ୬୦୪ରେ ପହଞ୍ଚିଛି । ସେହିପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେକାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ୩ଲକ୍ଷ ୯୮ହଜାର ୫୫୧ ୟୁପିରେ ୨ଲକ୍ଷ ୬୬ହଜାର ୨୮୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ , ଓଡିଶା ଓ ଗୁଜରାଟରେ ଲକ୍ଷେରୁ ଅଧିକ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଅନ୍ୟପଟେ ବିଶ୍ୱ କରୋନା ସଂକ୍ରମଣ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ବଢୁଥିବା ସଂକ୍ରମଣକୁ ଆଖିରେ ରଖି ଋଷର କରୋନା ଭ୍ୟାକସିନ୍‌ର ଯୋଗାଣ ଓ ଉତ୍ପାଦନ ନେଇ ଭାରତ ଓ ଋଷ ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି । ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ନିକୋଲେୟ କୁଶାଦେବ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ୧୧ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ୍ ଲଞ୍ଚ କରିଥିଲେ ।

ଲେସେଣ୍ଟ ଜର୍ଣ୍ଣାଲ ଅନୁସାରେ ପ୍ରାରମ୍ଭିକ ଟ୍ରାଏଲରେ ଏହାର କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣାପଡିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଋଷ ଗସ୍ତ ବେଳେ ଟିକା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଋଷ ନିଜ ଦେଶର ନାଗରିକଙ୍କୁ ଚଳିତ ସପ୍ତାହଠାରୁ ସ୍ପୁଟନିକ-ଭି ଉପଲବ୍ଧ କରିବାକୁ ଯାଉଛି ।

Leave a Reply