ମୋର ଅଧିକା ଗୋଟିଏ ଇଟିଲି ଦରକାର… ଏମିତି କହି ସପ୍ତମ ମହଲାରୁ ଡେଇଁ ପଡ଼ିଲେ କରୋନା ରୋଗୀ
1 min read![](https://nandighoshatv.com/wp-content/uploads/2020/04/Idly_sambar_vada.jpg)
ବାଙ୍ଗାଲୋର: ‘ମୁଁ ବହୁତ ଭୋକିଲା ଅଛି ଦୟାକରି ମୋତେ ଖାଇବାକୁ ଆଉ ଗୋଟେ ଇଟିଲି ଦିଅ । ‘ ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ କର୍ଣ୍ଣାଟକରେ କରୋନା ପଜିଟିଭ ରୋଗୀ ସଂଖ୍ୟା ୪୬୬ଙ୍କର ଏହାଥିଲା ଶେଷ ଶବ୍ଦ । ସୋମବାର ଦିନ ଜଣେ କରୋନା ପଜିଟିଭ ରୋଗୀ ବାଙ୍ଗାଲୋରର ଭିକ୍ଟୋରିଆ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ଆଉ ଇଟିଲି ମାଗିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଜଳଖିଆ ପରିବେଷଣ କରୁଥିବା ବ୍ୟକ୍ତି
ଦକ୍ଷିଣ ବାଙ୍ଗାଲୋରର ତିଲକନଗର ଅଞ୍ଚଳର ଜଣେ ୫୦ବର୍ଷ ବୟସ୍କ ଅଟୋ ଡ୍ରାଇଭର ଖାଇବାକୁ ଜଦିଓ ଅଧିକ ପସନ୍ଦ କରୁନଥିଲେ। କିନ୍ତୁ ସେ ତାଙ୍କ ଜଳଖିଆ ଖାଇବା ସମୟରେ ଅଧିକ ଆଉ ଗୋଟିଏ ଇଟିଲି ମାଗିଥିଲେ, ଡାକ୍ତରଖାନାରେ ଜଳଖିଆ ପରିବେଷଣ କରୁଥିବା ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୪୬୬ତମ ରୋଗୀ କୌଣସି ପ୍ରକାରେ ହସ୍ପିଟାଲର କର୍ମଚାରୀଙ୍କୁ ତାଙ୍କଠାରୁ ଦୂରେଇ ଦେବାକୁ ଚାହୁଁଥିଲେ । ତାହା ମଧ୍ୟ ହୋଇଥିଲା । ସେ ବ୍ୟକ୍ତି ଜଣଙ୍କ ଇଟିଲି ଆଣିବାକୁ ଯିବାର କିଛି କ୍ଷଣରେ କରୋନା ରୋଗୀ ଆଇସିୟୁରୁ ବାହାରି ଆସି ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଡାକ୍ତରଖାନା କର୍ମଚାରୀମାନେ କିଛି କରିବା ପୂର୍ବରୁ ରୋଗୀର ମୃତ୍ୟୁ ହୋଇସାରିଥିଲା ।
ମହିଳା କରୋନା ରୋଗୀଙ୍କ ମୃତ୍ୟୁ ପରେ ଏହି ରୋଗୀ ଜଣଙ୍କ ଏମିତି କରିଥିବା ସନ୍ଦେହ କରାଯାଉଛି
ସୂଚନାନୁସାରେ, ଏପ୍ରିଲ୍ ୨୪ରେ ଅଟୋ ଡ୍ରାଇଭର କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ରବିବାର ଦିନ ଆଇସିୟୁରେ ଜଣେ ମହିଳା କରୋନା ରୋଗୀଙ୍କ ମୃତ୍ୟୁ ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଡାକ୍ତରଖାନାର ଜଣେ କର୍ମଚାରୀ କହିଛନ୍ତି ଯେ, ଅଟୋ ଡ୍ରାଇଭର ଏବଂ ୪୫ ବର୍ଷ ବୟସ୍କା ମହିଳା (୪୬୫ ନଂ ରୋଗୀ) ଯାହାଙ୍କ ମୃତ୍ୟୁ ହୋଇସାରିଥିଲା , ଗୋଟିଏ ଦିନରେ ହିଁ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଉଭୟ ଗୁରୁତର ଶ୍ୱାସକ୍ରିୟା ସମ୍ବନ୍ଧିୟ ଗମ୍ଭୀର ସଂକ୍ରମଣ (SARI) ଏବଂ ନିମୋନିଆ ସହିତ ଲଢୁଥିଲେ । ଡ୍ରାଇଭର ଜଣଙ୍କ ଦେଖିଥିଲେ ମହିଳାଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବରେ ଖରାପ ହେଉଛି ଏବଂ ଏହି କାରଣରୁ ସେ ଅଧିକ ଭୟଭୀତ ହୋଇପଡ଼ି ଥିଲେ ।
‘ମୁଁ ଜାଣେ ମୁଁ ଶୀଘ୍ର ମରିବାକୁ ଯାଉଛି ‘
ଡାକ୍ତରଖାନା କର୍ମଚାରୀ କହିଛନ୍ତି ଯେ, ମହିଳାଙ୍କ ମୃତ୍ୟୁ ପରେ ଚାରିଜଣ କରୋନା ପଜିଟିଭ୍ ଆଇସିୟୁରେ ରହିଥିଲେ ଏବଂ ଉକ୍ତ ମହିଳାଙ୍କ ମୃତ୍ୟୁ ପରେ ଏହି ରୋଗୀମାନେ ତାଙ୍କୁ ମନେପକାଉଥିଲେ । ନିମୋନିଆ ସହିତ ଅଟୋ ଡ୍ରାଇଭରରେ କ୍ରୋନିକ୍ କିଡନୀ ବ୍ୟାଧି, ଉଚ୍ଚ ରକ୍ତଚାପ ଏବଂ ହେପେଟାଇଟସ ସଂକ୍ରମଣ ମଧ୍ୟ ହୋଇଥିଲା । ଏପ୍ରିଲ୍ ୨୫ରେ, ଆଡମିଶନ ହେବା ପରେ ସେ କିଡନୀର ଡାୟଲିସିସ୍ କରିଥିଲେ । ଆଇସିୟୁରେ ଭର୍ତ୍ତି ହୋଇଥିବା ଅନ୍ୟ ଜଣେ ରୋଗୀ କୁହିଛନ୍ତି ଯେ ଅଟୋ ଡ୍ରାଇଭର କହୁଥିଲା ଯେ ମୁଁ ଜାଣେ ମୁଁ ଶୀଘ୍ର ମରିବାକୁ ଯାଉଛି ।
ଏହି ରୋଗୀର କୌଣସି ପରିବାର ସଦସ୍ୟ କେବେ ଫୋନ୍ କରିନାହାଁନ୍ତି
ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ୪୬୬ ନମ୍ବର ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ଦିନଠାରୁ ତାଙ୍କର କୌଣସି ପରିବାର ସଦସ୍ୟ ତାଙ୍କ ସହ ଫୋନରେ କଥା ହେବାକୁ ଚେଷ୍ଟା କରିନାହାଁନ୍ତି । ଏହା ଦ୍ୱାରା ସେ ଅଧିକ କଷ୍ଟ ଅନୁଭବ କରୁଥିଲେ । ସେ ପ୍ରତିଦିନ ପଚାରିଥାନ୍ତି ତାଙ୍କୁ ତାଙ୍କ ପରିବାରର କୌଣସି ବ୍ୟକ୍ତି ଫୋନ କରିଛନ୍ତି କି ନାହିଁ । କିନ୍ତୁ ତାଙ୍କ ପରିବାରରୁ କିଛି ଫୋନ ଆସି ନଥିବା ଶୁଣି ସେ ନିରାଶ ହୋଇଯାଆନ୍ତି ।
ମୁନ୍ନାଭାଇ MBBSର ଦୃଶ୍ୟ ମନେ ପକାଉଥିଲେ
କୁହାଯାଏ ଯେ, ଆତ୍ମହତ୍ୟା କରିବାର ରାତିରେ ସେ ଜଣେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ, ‘ମୁଁ ଅବିବାହିତ ଏବଂ ବର୍ତ୍ତମାନ ତିଲକନଗରର ସମସ୍ତ ଲୋକ ମୋତେ ଗାଳି ଦେବେ । ମୁଁ କଣ କରିବି ମୁଁ ଆଉ ବଞ୍ଚିବାକୁ ଚାହେଁ ନାହିଁ। ‘ ସେ ପ୍ରାୟତଃ ମୁନ୍ନାଭାଇ ଏମବିବିଏସ୍ ଚଳଚ୍ଚିତ୍ରର ଦୃଶ୍ୟକୁ ମନେ ପକାଉଥିଲେ, ଯେଉଁଥିରେ ଜଣେ ଯକ୍ଷ୍ମା ପୀଡିତ ଜଣେ ବ୍ୟକ୍ତି ଜୀବନ ଜିଇଁବା ପୂର୍ବରୁ ମୃତ୍ୟୁବରଣ କରିଥିଲେ ।
ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ, ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହା ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୯,୪୩୫କୁ ବୃଦ୍ଧି ପାଇଛି । ମଙ୍ଗଳବାର ସକାଳ ସୁଦ୍ଧା ୬,୮୬୯ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ମାମଲାରେ ୧୧୧ ବିଦେଶୀ ନାଗରିକ ମଧ୍ୟ ଏଥିରେ ସାମିଲ ଅଛନ୍ତି ।