spot_img

Latest Posts

ମହାମାରୀ ଯୋଗୁଁ ଜରୁରୀ ସ୍କ୍ରିନିଂ ଛାଡ଼ିଛନ୍ତି କର୍କଟ ରୋଗୀ!

ନୂଆଦିଲ୍ଲୀ:  ବିଶ୍ୱବ୍ୟାପି କରୋନା ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି ବ୍ରେଷ୍ଟ କ୍ୟାନସର ରୋଗୀ । କାହିଁକି ବଢିଛି ଏହି ମାମଲା? ଲକ୍ଷାଧିକ ଲୋକ ଛାଡ଼ିଛନ୍ତି ଜରୁରୀ ସ୍କ୍ରିନିଂ । ତେବେ ଏହାଦ୍ୱାରା କେଉଁଭଳି ସଙ୍କଟ ବଢିପାରେ?

କରୋନା ମହାମାରୀ ଗତ ଏକ ବର୍ଷ ମଧ୍ୟରେ ଆମ ଜୀବନର ପ୍ରତ୍ୟେକଟି ସ୍ତରକୁ ପ୍ରଭାବିତ କରିଛି । ଆମ ଜୀବନର ଅନ୍ଦାଜ ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ଏକ ବର୍ଷ ମଧ୍ୟରେ କର୍କଟ ଭଳି ଜୀବନ ନେଉଥିବା ରୋଗର ସ୍କ୍ରିନିଂ ଏବଂ ଏହାର ଚିକିତ୍ସା ଉପରେ ମହାମାରୀର ଯଥେଷ୍ଟ କୁପ୍ରଭାବ ପଡ଼ିଛି ।

କେବଳ ଭାଇରସ ସଂକ୍ରମଣ ଆମ ଜୀବନ ଉପରେ ଏକ ବିପଦ ନୁହେଁ ବରଂ ଅନ୍ୟ କେତେକ ଜୀବନ ନେବାଭଳି ରୋଗର ବିପଦ ଆମ ଚାରିପାଖରେ ଘୁରି ବୁଲୁଛି । ଏହି ମଧ୍ୟରୁ ଗୋଟିଏ ହେଉଛି ବ୍ରେଷ୍ଟ କ୍ୟାନସର । ବ୍ରିଟେନର ବ୍ରେଷ୍ଟ କ୍ୟାନସର ନାଉ ଚାରିଟି ସଂସ୍ଥା ମୁତାବକ କୋଭିଡ ୧୯ ମହାମାରୀ ସମୟରେ ପ୍ରାୟ ୧୦ ଲକ୍ଷ ବ୍ରିଟେନ ମହିଳା ନିଜର ବାର୍ଷିକ ବ୍ରେଷ୍ଟ କ୍ୟାନସର ସ୍କ୍ରିନିଂ ଯାଞ୍ଚ କରିନାହାଁନ୍ତି । ଭାରତରେ ତ ପୂର୍ବରୁ ମହିଳାମାନେ ଏହାର ଶୀକାର । ରିପୋର୍ଟ ଅନୁସାରେ ଆଗାମୀ ଦଶ ବର୍ଷ ମଧ୍ୟରେ ବ୍ରେଷ୍ଟ କ୍ୟାନସର ଅନ୍ୟ କ୍ୟାନସର ରୋଗୀଙ୍କୁ ପଛରେ ପକାଇ ଯଥେଷ୍ଟ ଆଗକୁ ବଢି ଯାଇଥିବ ।

ସରକାରୀ ଆକଳନ ଅନୁସାରେ ୨୦୧୮ରେ ଭାରତରେ ପ୍ରାୟ ୮୭ ହଜାର ମହିଳା କ୍ୟାନସରରେ ମୃତ୍ୟୁବରଣ କରିଥିଲେ । ।ମହିଳାଙ୍କୁ ହୋଇଥିବା କ୍ୟାନସରରେ ୨୮ ପ୍ରତିଶତ ମହିଳା ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ଥିଲେ । ଗତ କିଛି ମାସ ହେବ କରୋନା ରୋଗୀଙ୍କ ସଂଖ୍ୟା ବଢିଥିବା ବେଳେ କରୋନା ମହାମାରୀ ସମୟରେ ଏଭଳି ରୋଗୀଙ୍କ ସ୍ଥିତି ଗମ୍ଭୀର ହୋଇଯାଇଛି । ସବୁଠାରୁ ଚିନ୍ତାଜନକ ଘଟଣା ହେଉଛି ଫ୍ରେଶ କେସ୍‌ଗୁଡ଼ିକ ଚିହ୍ନଟ ଏବଂ ଡାଇଗ୍ନସିସରୁ ବଞ୍ଚିତ ହୋଇଛନ୍ତି । ଯାହାଦ୍ୱାରା ସେମାନେ ବହୁଳ ପରିମାଣରେ ପ୍ରଭାବିତ ହୋଇଛନ୍ତି । କେମୋଥେରାପି, ଟାର୍ଗେଟେଡ ଥେରାପିଜ୍‌, ଏବଂ ଇମ୍ୟୁନୋଥେରାପି ଫୁସଫୁସକୁ ଦୁର୍ବଳ କରିପାରେ । ତେଣୁ ଏଭଳି ପରିସ୍ଥିତିରେ କରୋନା କବଳରୁ ବଞ୍ଚିବା ପାଇଁ କର୍କଟ ରୋଗୀ ସ୍କ୍ରିନିଂଠାରୁ ନିଜକୁ ଦୂରେଇ ରଖିଛନ୍ତି । କରୋନାର ପ୍ରଥମ ପର୍ଯ୍ୟାୟରେ ରୋଗୀର ନାମ ଓ ଠିକଣା ସାର୍ବଜନୀନ କରିବା ଦ୍ୱାରା ବ୍ରେଷ୍ଟ କ୍ୟାନସର ଭଳି ରୋଗୀଙ୍କୁ ବଡ଼ ଝଟକା ଲାଗିଛି ।

ତେବେ କ୍ୟାନସରକୁ ନେଇ ମୁଣ୍ଡ ଟେକିଥିବା ସମସ୍ୟାର ସମାଧାନ ପାଇଁ ସରକାର କ’ଣ ଯୋଜନା କରିଛନ୍ତି? ଚଳିତ ବର୍ଷ ଫବୃୟାରୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଜାରି କରାଯାଇଥିଲାଯେ, କ୍ୟାନସରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଜିଲ୍ଲା ସ୍ତରରେ କ୍ୟାନସରକୁ ରୋକିବା ପାଇଁ ସ୍କ୍ରିନିଂ ଏବଂ ହେଲଥ ପାଇଁ ନ୍ୟାସନାଲ ହେଲଥ ମିଶନ ଦ୍ୱାରା ଅଭିଯାନ ଜାରି ରଖିଛନ୍ତି ।

କରୋନା ସମୟରେ କ୍ୟାନସର ଚିକିତ୍ସା ତ ଅଧିକାଂଶରେ ପ୍ରଭାବିତ ହୋଇଛି ଏବଂ ଖୁବଶୀଘ୍ର ବଢୁଥିବା ଏହି ରୋଗକୁ ରୋକିବା ପାଇଁ ନିଷ୍ପତ୍ତି ନେବାକୁ ସୁଯୋଗ ମଧ୍ୟ ମିଳିଛି ।

କର୍କଟ ଚିକିତ୍ସା କରୁଥିବା ଭାରତୀୟ ପ୍ରସିଦ୍ଧ ଡାକ୍ତର ରାକେଶ ଚୋପ୍ରାଙ୍କ କହିବା ଅନୁସାରେ ସେ ଚାରି ଦଶନ୍ଧି ଧରି କର୍କଟ ରେଗ ଚିକିତ୍ସା କରି ଆସୁଛନ୍ତି । ଦିନଥିଲା ଯେତେବେଳେ ୧୬ରୁ ୩୨ ବର୍ଷ ମଧ୍ୟରେ ଝିଅମାନେ ଯେତେବେଳେ କହୁଥିଲେ ବ୍ରେଷ୍ଟ କ୍ୟାନସର ହୋଇଛି ତ ଡାକ୍ତର ବିଶ୍ୱାସ କରୁନଥିଲେ । କିନ୍ତୁ ଏବେ ଆଉ ସେ ସବୁ ନାହିଁ । ଏବେ ପ୍ରତ୍ୟେକ ବର୍ଗର ମହିଳାଙ୍କୁ ଏହି ରୋଗ ଆକ୍ରମଣ କରୁଛି । ଯଦି ଖୁବଶୀଘ୍ର ରୋଗକୁ ଚିହ୍ନଟ କରାଯାଇ ପାରିବ ତେବେ ଏହାର ଚିକିତ୍ସା ହୋଇପାରିବ । ଶୀଘ୍ର ଚିହ୍ନଟରେ ଅଧିକ ଅର୍ଥ ଆବଶ୍ୟକ ପଡ଼େନାହିଁ ବୋଲି ଡାକ୍ତର ରାକେଶ ଚୋପ୍ରା ମତ ପ୍ରକାଶ କରିଛନ୍ତି ।
ଯେଉଁଠାରେ ବିଶ୍ୱବ୍ୟାପି ମହାମାରୀ କରୋନା ପାଇଁ ବିଦ୍ୟାଳୟ ଓ ବ୍ୟବସାୟ ବହୁଳ ମାତ୍ରାରେ ପ୍ରଭାବିତ ହୋଇଛି ଏବଂ ଅର୍ଥନୀତିର ସ୍ଥିତି ଦୋହଲି ଯାଇଛି, ସେଠାରେ ଅନ୍ୟ କାରଣକୁ ପଚାରେ କିଏ? ବ୍ରେଷ୍ଟ କ୍ୟାନସର ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତି ଏବଂ ସେମାନଙ୍କ ପରିଜନଙ୍କ ପାଇଁ ଏହି ଅବସ୍ଥାର ଅନିଶ୍ଚିତତା , ସାମାଜିକ ଦୂରତାର ଆବଶ୍ୟକତା ଏବଂ କର୍କଟ ଚିକିତ୍ସାରେ ବିଳମ୍ବ ବିଶେଷ ଭାବରେ କଷ୍ଟଦାୟକ ହୋଇପାରେ ।

Latest Posts

Don't Miss