spot_img

Latest Posts

ମେ’ରେ କୋଭିଡ୍ ରଚିଲା ସର୍ବାଧିକ ମୃତ୍ୟୁ: ବିଶ୍ବକୁ ପଛରେ ପକାଇଲା ଭାରତ

ଭୁବନେଶ୍ବର: କୋଭିଡ୍ ସଂକ୍ରମଣ ହେତୁ ମୃତ୍ୟୁ ମାମଲାରେ ସାରା ବିଶ୍ବର ରେକର୍ଡକୁ ଟପିଛି ଭାରତ। ମେ’ ମାସର ୩୧ ଦିନ ଭିତରେ ସରକାରୀ ଭାବେ ସମୁଦାୟ ୧ ଲକ୍ଷ ୧୯ ହଜାର ଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ସାରା ବିଶ୍ବର କୌଣସି କୋଣରେ ଗୋଟିଏ ମାସ ଭିତରେ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇ ନାହିଁ। ଏହି ମୃତ୍ୟୁ ବାସ୍ତବରେ ଭାରତରେ କୋଭିଡ୍ ସଂକ୍ରମଣର ଅସହାୟତାକୁ ବଣ୍ଣନା କରୁଛି।
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଏହି ଗୋଟିଏ ମାସରେ ପ୍ରାୟ ୯୦ ଲକ୍ଷ ୩୦ ହଜାର ଲୋକଙ୍କୁ କୋଭିଡ୍ ସଂକ୍ରମଣ ହୋଇଥିବାଚିହ୍ନଟ କରାଯାଇଥିଲା। ଏହା ପୂର୍ବ ମାସର ସଂକ୍ରମଣ ସଂଖ୍ୟା ଠାରୁ ପ୍ରାୟ ୩୦ ପ୍ରତିଶତ ଅଧିକ ଥିଲା। ଏପ୍ରିଲ୍ରେ ଏହି ସଂକ୍ରମଣ ସଂଖ୍ୟା ୬୯ ଲକ୍ଷ ୪୦ ହଜାର ରହିଥିଲା। ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ରେକର୍ଡ ବି ବଢ଼ି ଚାଲିଥିଲା। ଏପ୍ରିଲ୍ ମାସରେ ସରକାରୀ ଭାବେ ୪୮ ହଜାର ୭୬୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’ ରେ ଏହି ସଂଖ୍ୟା ପ୍ରାୟ ୧ଲକ୍ଷ ୨୦ ହଜାର ହୋଇଥିଲା।
ବିଶ୍ବର ଅନ୍ୟ ପ୍ରଭାବିତ ରାଷ୍ଟ୍ର ଗୁଡ଼ିକସହ ଭାରତର ଏହି ସଂଖ୍ୟାକୁ ତୁଳନା କଲେ ଜଣାଯାଏ ଯେ, ଗୋଟିଏ ମାସରେ ଭାରତର ଏହି ମୃତ୍ୟୁ ସଂଖ୍ୟା ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରଠାରୁ ଅଧିକ। ଡିସେମ୍ବର ମାସରେ କରୋନା ପ୍ରଭାବିତ ଯୁକ୍ତରାଷ୍ଟ୍ର ଆମେରିକାରେ ୮୩ ହଜାର ୮୪୯ ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଥିଲା। ସେହିପରି ସେହି ଡିସେମ୍ବର ମାସରେ ବ୍ରାଜିଲ୍ରେ ୮୨ ହଜାର ୪୦୧ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା।

ଏଥିସହିତ ପଢ଼ନ୍ତୁ: ମିଳିଲା ଅନୁମତି ରାଜଧାନୀରେ ହେବ ମଦ’ର ହୋମ୍ ଡେଲିଭରୀ

Latest Posts

Don't Miss