spot_img

Latest Posts

୬ ଦଶନ୍ଧିରେ ସବୁଠୁ ତଳକୁ ଖସିପାରେ ଭାରତୀୟ ଅର୍ଥନୀତି… ଆଇଏମ୍ଏଫ୍ ର ପୂର୍ବାନୁମାନ

ନୂଆଦିଲ୍ଲୀ: କରୋନା କହର ଦେଶରେ ଜାରି ରହିଛି । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେବେ କରୋନା ପ୍ରଭାବରେ ଦେଶରେ ଚାରିଆଡେ ଲକଡାଉନ୍ ଘୋଷଣା କରାଯାଇଥିଲା । ଏବେ ଧୀରେ ଧୀରେ କିଛିଟା ନିୟମରେ କୋହଳ କରାଯାଉଛି । ଅର୍ଥନୀତିକୁ କରୋନା ମାଡ଼। ଚଳିତ ବର୍ଷ ୬ ଦଶନ୍ଧିରେ ସବୁଠୁ ତଳକୁ ଖସିପାରେ ଭାରତୀୟ ଅର୍ଥନୀତି। ଐତିହାସିକ ହ୍ରାସ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ ପୂର୍ବାନୁମାନ କରିଛି।

ଚଳିତ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧିରେ ୪.୫ ପ୍ରତିଶତ ହ୍ରାସ ହେବ। ୧୯୬୧ ପରେ ଏହା ଦେଶରେ ଦେଖାଯାଇଥିବା ସବୁଠୁ ବଡ଼ ହ୍ରାସ। କରୋନା କଟକଣା ପାଇଁ ଅଧିକାଂଶ କ୍ଷେତ୍ରରେ କାମ ଠପ୍‌ ହୋଇଯାଇଛି। ଏହାର ପ୍ରଭାବ ଅର୍ଥନୀତି ଉପରେ ପଡିବ। ତେବେ ଆସନ୍ତାବର୍ଷ ଦେଶର ଅର୍ଥନୀତିରେ ପୁଣି ଥରେ ଉନ୍ନତି ଦେଖାଯିବ। ଏହା ୬.୦ ପ୍ରତିଶତର ଦୃଢ ସ୍ଥିତିକୁ ପହଞ୍ଚିବ।

ସେହିପରି ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ। ବିଶ୍ୱ ଆର୍ଥିକ ଅଭିବୃଦ୍ଧିରେ ୪.୯ ପ୍ରତିଶତ ହ୍ରାସ ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍‌ଏଫ୍‌। ଯାହା ଗତ ଏପ୍ରିଲରେ ବିଶ୍ୱ ଆର୍ଥିକ ପରିଷଦ ବୈଠକରେ ହୋଇଥିବା ପୂର୍ବାନୁମାନଠାରୁ ୧.୯ ପ୍ରତିଶତ କମ୍‌। ମୁଦ୍ରାକୋଷ ମୁଖ୍ୟ ଅର୍ଥଶାସ୍ତ୍ରୀ ଭାରତୀୟ ଆମେରିକା ଗୀତା ଗୋପିନାଥ ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି।

Latest Posts

Don't Miss