କେବେ ଶେଷ ହେବନି କରୋନା, ଡାକ୍ତର କହିଲେ ଏମିତି କଥା

ନୂଆଦିଲ୍ଲୀ: କିଛି ଦିନର ବ୍ରେକ୍ ପରେ ଏବେ ପୁଣି ବଢ଼ୁଛି କରୋନା ସଂକ୍ରମଣ । ଭାରତରେ ଆଜି ୯.୧୧୧ ନୂଆ କେସ୍ ସାମ୍ନାକୁ ଆସିଛି । ଏବେ ଆକ୍ଟିଭ କେସ ରହିଛି ୬୦. ୩୧୩ । ଗତ ୨୪ ଘଣ୍ଟାରେ ୨୭ ଜଣଙ୍କ ଜୀବନ ନେଇଛି କରୋନା ।
କରୋନା ସଂକ୍ରମଣ ବଢ଼ୁଥିବାରୁ ଡାକ୍ତର ବୁଷ୍ଟର ଡୋଜ୍ ଟିକା ନେବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ କିଛି ଏକ୍ସପର୍ଟ କହୁଛନ୍ତି ଯେ, ଭ୍ୟାକ୍ସିନ୍ ଶହେ ପ୍ରତିଶତ କାମ ଦେବନାହିଁ । ଆପଣ ବୁଷ୍ଟର ଡୋଜ ନେଇଥାନ୍ତୁ କିମ୍ବା ନେଇ ନଥାନ୍ତୁ । ଆପଣଙ୍କୁ ସଂକ୍ରମଣ ହେବ ।
କରୋନାକୁ ନେଇ ଏମସର ଡାକ୍ତର କହିଛନ୍ତି ଯେ, ଏବେ ଆମେ ଯେଉଁ କରୋନା ସ୍ଥିତି ଦେଖୁଛେ ତାହା କେବେ ଶେଷ ହେବନି । ଯଦି ଆମେ ଯାଞ୍ଚ ଯାରି ରଖିବା ତାହାଲେ କରୋନା ଚିହ୍ନଟ ହେବ । ଡାକ୍ତର କହିଛନ୍ତି ଯେ, ବୁଷ୍ଟର ଡୋଜ ଏବେ ଫାଇଦାରୁ ଅଧିକା କ୍ଷତି କରିପାରେ । କରୋନାର ପ୍ରଥମ ଭାଗରେ ଅଧିକ ଲୋକ ସଂକ୍ରମିତ ହୋଇ ନଥିଲେ । ସେତେବେଳେ ଲୋକଙ୍କ ଦେହରେ ହର୍ଡ ଇମ୍ୟୁନିଟି ନଥିଲା । ସେତେବେଳେ ମୃତ୍ୟୁ ସଂଖ୍ୟା କମ୍ ଥିଲା । କିନ୍ତୁ ଏବେ ଦେଶର ପ୍ରାୟ ସବୁ ଲୋକ ଟିକା ନେଇ ସାରିଛନ୍ତି । ଏବେ ନାଚ୍ୟୁରାଲ ଇମ୍ୟୁନିଟି ବି ବିକଶିତ ହୋଇ ସାରିଛି । ଯାହା ଭାଇରସକୁ ଅଧିକ ଦିନ ବଞ୍ଚାଇ ରଖିବାରେ ସାହାଯ୍ୟ କରିବ । ଆସୁଥିବା କରୋନାର ସବୁ ପ୍ରକାର ଲହରକୁ ଆମେ ରୋକି ପାରିବାନି । ମୃତ୍ୟୁ ସଂଖ୍ୟା କମ କରିପାରିବା ।