ଭାଇରସ ସଂକ୍ରମଣ ରୋକିବାକୁ ଦେଶର ୭୬ ଜିଲ୍ଲାରେ ତାଲାବନ୍ଦ

1 min read

ଦେଶରେ କାୟା ମେଲୁଛି କରୋନା । ୪ଶହ ପାଖାପାଖି ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ ୮୧ ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଛି । ଭାଇରସ ସଂକ୍ରମଣ ରୋକିବାକୁ ଦେଶର ୭୬ ଜିଲ୍ଲାରେ ତାଲାବନ୍ଦ କରାଯାଇଛି । ରାଜଧାନୀ ଦିଲ୍ଲୀ, ମୁମ୍ବାଇ ସମେତ ବଡ଼ ସହର ଓ ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ମୁମ୍ବାଇରେ ଲୋକାଲ୍‌ ଟ୍ରେନ୍‌ ଉପରେ ରୋକ୍‌ ଲଗାଯାଇଛି। ସେହିପରି ଉତ୍ତରପ୍ରଦେଶର ୧୬ଟି ଜିଲ୍ଲାରେ ଲକ୍‌ଡାଉନ୍‌ ହୋଇଛି । ବିହାରରେ ବି ତାଲାବନ୍ଦ । ଗତକାଲି କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ପୂରା ରାଜ୍ୟରେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି । ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ବି କଟକଣା ଜାରି ହୋଇଛି । ରାଜସ୍ଥାନର ସୀମା ସିଲ୍‌ । ପଞ୍ଜାବର ୫ ଜିଲ୍ଲାରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି । କରୋନା ସଂକ୍ରମଣ ରୋକିବାକୁ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ହରିୟାଣା, କେରଳ, ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ, ଗୋଆ, ତେଲେଙ୍ଗାନା ଓ ନାଗାଲାଣ୍ଡରେ ବି କଟକଣା ଲଗାଯାଇଛି। ସେପଟେ ଆଜିଠୁ ସଂସଦ ମଧ୍ୟ ମୁଲତବି କରାଯିବ। ଗତକାଲି କରୋନା ୩ ଜୀବନ ନେଇଛି । ଜଣେ ବିଦେଶୀ ନାଗରିକଙ୍କ ସହ କୋଭିଡ୍‌-୧୯ରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

Leave a Reply