ନୂଆବର୍ଷରେ କରୋନା ବିସ୍ଫୋରଣ, ତିନି ଗୁଣ ବଢ଼ିଲା ଆକ୍ଟିଭ୍ କେସ୍

1 min read

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାର ନୂଆ ଭାରିଆଣ୍ଟ ସଂଖ୍ୟା ୧୫୨୫ରେ ପହଞ୍ଚିଛି । ବିଶେଷ କରି ମହାରାଷ୍ଟ୍ର ଓ ଦିଲ୍ଲୀରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବିଗତ ୨୪ ଘଣ୍ଟାରେ ୨୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ଯାହା ପୂରା ଦେଶ ପାଇଁ ଚିନ୍ତାର କାରଣ ।

ଯଦି ଦିଲ୍ଲୀ କଥା କହିବା ତାହାଲେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୨୯ ଡିସେମ୍ବରରେ ୯୨୩ କେସ୍ ଚିହ୍ନଟ ହୋଇଥିଲା । ଏହା ପରେ ୩୦ ଡିସେମ୍ବରରେ ୧୩୧୩ ଓ ୩୧ ଡିସେମ୍ବରରେ ୧୭୯୬ କେସ୍ ଚିହ୍ନଟ ହୋଇଥିଲା । କିନ୍ତୁ ନୂଆବର୍ଷ ଆସିବା ସହ ଦିଲ୍ଲୀରେ ହୋଇଥିଲା କରୋନା ବିସ୍ଫୋରଣ । ନୂଆବର୍ଷରୁ ଦିଲ୍ଲୀରେ ଅଚାନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ନଜର ଆସିଛି । ଦିଲ୍ଲୀରେ ୧ ଜାନୁଆରୀରେ ୨୭୯୬ କେସ୍ ଚିହ୍ନଟ ହୋଇଥିବାବେଳେ ୨ ଜାନୁଆରୀ ଅର୍ଥାତ ଆଜି ଚିହ୍ନଟ ହୋଇଛି ୩୧୦୦ କେସ୍ । ଅର୍ଥାତ ବର୍ଷ ଶେଷ ଦିନ କରୋନା କେସ୍ ଦୁଇ ହଜାରରୁ ତଳେ ରହୁଥିଲା କିନ୍ତୁ ନୂଆବର୍ଷ ପରଠାରୁ ଏହା ତିନି ହଜାର ଉପରେ ରହୁଛି ।

ତେବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି କି ଦିଲ୍ଲୀରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୬ ହଜାର ୩୬୦ ରହିଛି । ତିନି ଦିନ ପୂର୍ବରୁ ଦିଲ୍ଲୀରେ ଆକ୍ଟିଭ୍ କେସ୍ ୨୨୯୧ ରହିଥିଲା । ଯାହା ତିନି ଦିନରେ ତିନି ଗୁଣା ବୃଦ୍ଧି ପାଇଛି । କେଜ୍ରିଓ୍ୱାଲ ଆହୁରି କହିଛନ୍ତି କି ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନେ ହସ୍ପିଟାଲ ଆସିବା ଆବଶ୍ୟକ ପଡ଼ୁନାହିଁ । ଅର୍ଥାତ ସେମାନଙ୍କ ମଧ୍ୟରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ସେହିପରି ଅକ୍ସିଜେନରେ ବର୍ତ୍ତମାନ ସୁଦ୍ଧା କେବଳ ୮୨ ଜଣ ଚିକିତ୍ସିତ ହେଉଛନ୍ତି । ଏମିତି କୌଣସି କୋଭିଡ ରୋଗୀ ନାହାନ୍ତି ଯାହାଙ୍କୁ ଅକ୍ସିଜେନ ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

Leave a Reply