ନୂଆବର୍ଷରେ କରୋନା ବିସ୍ଫୋରଣ, ତିନି ଗୁଣ ବଢ଼ିଲା ଆକ୍ଟିଭ୍ କେସ୍
1 min readନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଭାରତରେ ବର୍ତ୍ତମାନ ସୁଦ୍ଧା କରୋନାର ନୂଆ ଭାରିଆଣ୍ଟ ସଂଖ୍ୟା ୧୫୨୫ରେ ପହଞ୍ଚିଛି । ବିଶେଷ କରି ମହାରାଷ୍ଟ୍ର ଓ ଦିଲ୍ଲୀରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ବିଗତ ୨୪ ଘଣ୍ଟାରେ ୨୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ଯାହା ପୂରା ଦେଶ ପାଇଁ ଚିନ୍ତାର କାରଣ ।
COVID19 cases are increasing rapidly in Delhi, but there is no need to panic. Currently, the active cases in the city are 6360. Today, 3100 new cases expected to be reported today. Only 246 hospital beds were occupied y'day. All cases are mild & asymptomatic: Delhi CM Kejriwal pic.twitter.com/ejPLGXYvpL
— ANI (@ANI) January 2, 2022
ଯଦି ଦିଲ୍ଲୀ କଥା କହିବା ତାହାଲେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୨୯ ଡିସେମ୍ବରରେ ୯୨୩ କେସ୍ ଚିହ୍ନଟ ହୋଇଥିଲା । ଏହା ପରେ ୩୦ ଡିସେମ୍ବରରେ ୧୩୧୩ ଓ ୩୧ ଡିସେମ୍ବରରେ ୧୭୯୬ କେସ୍ ଚିହ୍ନଟ ହୋଇଥିଲା । କିନ୍ତୁ ନୂଆବର୍ଷ ଆସିବା ସହ ଦିଲ୍ଲୀରେ ହୋଇଥିଲା କରୋନା ବିସ୍ଫୋରଣ । ନୂଆବର୍ଷରୁ ଦିଲ୍ଲୀରେ ଅଚାନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ନଜର ଆସିଛି । ଦିଲ୍ଲୀରେ ୧ ଜାନୁଆରୀରେ ୨୭୯୬ କେସ୍ ଚିହ୍ନଟ ହୋଇଥିବାବେଳେ ୨ ଜାନୁଆରୀ ଅର୍ଥାତ ଆଜି ଚିହ୍ନଟ ହୋଇଛି ୩୧୦୦ କେସ୍ । ଅର୍ଥାତ ବର୍ଷ ଶେଷ ଦିନ କରୋନା କେସ୍ ଦୁଇ ହଜାରରୁ ତଳେ ରହୁଥିଲା କିନ୍ତୁ ନୂଆବର୍ଷ ପରଠାରୁ ଏହା ତିନି ହଜାର ଉପରେ ରହୁଛି ।
ତେବେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି କି ଦିଲ୍ଲୀରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୬ ହଜାର ୩୬୦ ରହିଛି । ତିନି ଦିନ ପୂର୍ବରୁ ଦିଲ୍ଲୀରେ ଆକ୍ଟିଭ୍ କେସ୍ ୨୨୯୧ ରହିଥିଲା । ଯାହା ତିନି ଦିନରେ ତିନି ଗୁଣା ବୃଦ୍ଧି ପାଇଛି । କେଜ୍ରିଓ୍ୱାଲ ଆହୁରି କହିଛନ୍ତି କି ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି ସେମାନେ ହସ୍ପିଟାଲ ଆସିବା ଆବଶ୍ୟକ ପଡ଼ୁନାହିଁ । ଅର୍ଥାତ ସେମାନଙ୍କ ମଧ୍ୟରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ସେହିପରି ଅକ୍ସିଜେନରେ ବର୍ତ୍ତମାନ ସୁଦ୍ଧା କେବଳ ୮୨ ଜଣ ଚିକିତ୍ସିତ ହେଉଛନ୍ତି । ଏମିତି କୌଣସି କୋଭିଡ ରୋଗୀ ନାହାନ୍ତି ଯାହାଙ୍କୁ ଅକ୍ସିଜେନ ଆବଶ୍ୟକ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।