ରାଜ୍ୟରେ ୮ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା… ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪ କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନାଗ୍ରାଫ୍‌ । ୮ ଶହ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ଚିହ୍ନଟ ହୋଇଛି ୯୭ ମାମଲା । ଏହାସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୩୪ କୁ ବୃଦ୍ଧି ପାଇଛି ।  ପୁରୀ ଜିଲ୍ଲାରୁ ଗତକାଲି ୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।  ପୁରୀ ସହରରୁ ୨, ପିପିଲି ଓ  କୋଣାର୍କରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିଲେ । ୩ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଓ ଜଣେ ପୁରୀ ଜେଲ୍‌ରୁ ଚିହ୍ନଟ ହୋଇଛନ୍ତି ।

କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ଜୋନ୍‌ରେ ଗଡ଼ିବ ବସ୍

ନୂଆ ମାମଲାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ସେହିଭଳି ବଲାଙ୍ଗିରରୁ ଗତକାଲି ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ । ସମସ୍ତ ନୂଆ ମାମଲାକୁ ମିଶାଇ ରାଜ୍ୟରେ ୮୩୪ କୁ ବୃଦ୍ଧି ପାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପଟେ କରୋନାରେ ଗତକାଲି ଗଂଜାମ ଜିଲ୍ଲାର ଜଣକର ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ୪ କୁ ବୃଦ୍ଧି ପାଇଛି ମତକଙ୍କ ସଂଖ୍ୟା।  ଓଡ଼ିଶାରେ ମୋଟ୍‌ ୮୩୪ ସଂକ୍ରମିତଙ୍କ ମଧ୍ୟରୁ ୬୦୬ଟି ମାମଲା ସକ୍ରିୟ ରହିଛି । ୨୨୦ ଜଣ ସୁସ୍ଥ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

Leave a Reply