spot_img

Latest Posts

ୟୁରୋ କପ୍ ଜିତିବା ଖୁସିରେ ମାନିଲେନି କଟକଣା, ଇଟାଲୀରେ ବଢୁଛି ସଂକ୍ରମଣ

ରୋମ୍: ୟୁରୋ କପ୍ ୨୦୨୦ ଜିତିବା ଖୁସିରେ ଇଟାଲୀରେ କୋଭିଡ଼ ନିୟମ ଉଲ୍ଲଂଘନ ହୋଇଛି। ୧୨ ଜୁଲାଇରେ ୟୁରୋକପରେ ଇଂଲଣ୍ଡକୁ ହରାଇ ଜିତିଥିଲା ଇଟାଲୀ। ଜିତିବା ଖୁସିରେ ବହୁଦିନ ପରେ ରୋମ୍, ମିଲାନ୍ ଫ୍ଲୋରେନ୍ସର ରାସ୍ତାଘାଟ ଗଳିକନ୍ଦିରେ ଦେଖିବାକୁ ମିଳିଥିଲା ସେଲିବ୍ରେସନର ମାହୋଲ। ଫଳରେ ଇଟାଲୀରେ ତୃତୀୟ ଲହର ଆଶଙ୍କା ସୃଷ୍ଟି ହୋଇଛି।

 ସୂଚନା ଅନୁଯାୟୀ, ଜିତ୍ ଖୁସିରେ କୋଭିଡ ନିୟମ ମାନିବାକୁ ଭୁଲି ଯାଇଥିଲେ ଇଟାଲୀ ବାସୀ । ଏପରିକି ବିନା ମାସ୍କରେ ଲୋକେ ମଜା ମସ୍ତି କରିବାକୁ ଲାଗିପଡିଥିଲେ। ଯାହା ପରେ ଗତ ୬ଦିନ ହେବ ଇଟାଲୀରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏବେ ସେଲିବ୍ରେସନ ନିଶା ଖସିଲା ବେଳକୁ ଇଟାଲୀରେ ବଢୁଛି କରୋନା ସଂକ୍ରମଣ ।

ତେବେ ଜୁଲାଇ ୧ରେ ଇଟାଲୀରେ ଦିନକୁ ୮୭୯ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ରବିବାର ୩ହଜାର ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା କେସ୍ ବୃଦ୍ଧି ଇଟଚାଲୀରେ ତୃତୀୟ ଲହରର ଏଣ୍ଟ୍ରି ନେଇ ଆଶଙ୍କା ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଇଟାଲୀରେ ଏଯାବତ୍ କରୋନାରେ ୧,୨୭,୮୬୭ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ମୋଟ୍ ୪୨ ଲକ୍ଷ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ଫେବୃଆରୀ, ମାର୍ଚ୍ଚ ଏବଂ ଏପ୍ରିଲ୍ ୨୦୨୧ରେ ଇଟାଲୀରେ ଦୖେନିକ ୩ ରୁ ୪ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ପୁଣି ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ କରୋନାର ତୃତୀୟ ପ୍ରବାହ ଆଶଙ୍କାରେ ଲୋକମାନେ ଚିନ୍ତିତ ହୋଇପଡିଛନ୍ତି ।

Latest Posts

Don't Miss