ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ ପିନ୍ଧିବାକୁ ଓ ଟିକା ନେବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ବଢ଼ୁଥିବା ମାମଲାକୁ ନଜରରେ ରଖି ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଧିରେ ଧିରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଆଗକୁ ମଧ୍ୟ ସଂକ୍ରମଣ ବଢ଼ିବ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନଙ୍କର ଲକ୍ଷଣ ଦେଖାଦେଉଛି ସେମାନେ କୋଭିଡ ଟେଷ୍ଟ କରାନ୍ତୁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ଯଦି ଲଗାତର ଭାବେ ସଂକ୍ରମଣ ବଢ଼େ, ତେବେ ସରକାର ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ହେଲେ ଅଧିକ ବେଡ ବ୍ୟବସ୍ଥା କରାଯିବ । ସେହିପରି ଟିକା ନେବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।