ଗତ ୩ ମାସ ହେଲା ଦେଶରେ ୬ ଲକ୍ଷରୁ କମ୍‌ ରହିଛି ଆକ୍ଟିଭ୍ କେସ୍: ଆରୋଗ୍ୟ ହାର ୯୧ ପ୍ରତିଶତ

1 min read

ନୂଆଦିଲ୍ଲୀ: ଦେଶରେ ପାଖାପାଖି ୩ ମାସ ପରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ତଳକୁ ଆସିଛି । ଏହା ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୭.୩୫ ପ୍ରତିଶତ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ ୫ଲକ୍ଷ ୯୪ ହଜାର ୩୮୬ ରୋଗୀ ଚିକିତ୍ସାଧୀନ ରହିଥିବା ବେଳେ ଗତ ୬ ଅଗଷ୍ଟରେ ଏହି ସଂଖ୍ୟା ୫.୫୯ ଲକ୍ଷ ରହିଥିଲା । ଅର୍ଥାତ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବରୁ ଯେଉଁଭଳି ଭାବେ ବଢ଼ୁଥିଲା ସେଥିରେ ହ୍ରାସ ଘଟିଛି । ଏଥିସହିତ ସୁସ୍ଥତା ହାର ମଧ୍ୟ ଲଗାତାର ବଢ଼ୁଥିବା ଜଣାପଡ଼ିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ସଂଖ୍ୟାର ୭.୩୫ ପ୍ରତିଶତ । ଏହି ସଂଖ୍ୟା ୫ ଲକ୍ଷ୯୪ ହଜାର ୩୮୬ ରହିଛି । ଯାହା କରୋନା ମାମଲା ଲଗାତାର ହ୍ରାସ ହେଉଥିବା ଦର୍ଶଉଛି ।

ଅନିଶ୍ଚିତତା ମଧ୍ୟରେ KKRର ପ୍ଳେ-ଅଫ୍‌ ସ୍ୱପ୍ନ: ଜାଣନ୍ତୁ କେମିତି ପାଇପାରିବ ପ୍ଳେ-ଅଫ୍‌ରେ ସ୍ଥାନ

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଭିନ୍ନ ଭିନ୍ନ ରହିଛି । ଯାହା ମହାମାରୀ ସହ ଲଢ଼ିବା ନେଇ ସେମାନଙ୍କ ପ୍ରୟାସ ଏବଂ ଏଥରୁ ମିଳୁଥିବା ଫାଇଦା ସମ୍ପର୍କରେ ଦର୍ଶାଉଛି ।  ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବଂ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟ ଅନ୍ତର ଲଗାତାର ବଢ଼ିବାରେ ଲାଗିଛି । ସଂକ୍ରମଣରୁ ସୁସ୍ଥ ହେଉଥିବା ନୂଆ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତ ମାମଲା କେବଳ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରହିଛି । କେରଳରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୮ ହଜାର ଠାରୁ ଅଧିକ ରହିଛି । ଯେତେବେଳେ କି ମହାରାଷ୍ଟ୍ର ଓ କର୍ଣ୍ଣାଟକ ରେ ଏହି ସଂଖ୍ୟା ୭ ହଜାରରୁ ଊର୍ଦ୍ଧ୍ୱ ରହିଛି ।

Leave a Reply