୨୦୨୧ ଜୁଲାଇରେ ଆସିବ କରୋନା ଟିକା ! ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କ ପାଳି…

Vaccine

ନୂଆଦିଲ୍ଲୀ: ୨୦୨୧ ଜୁଲାଇରେ ଆସିବ କରୋନା ଟିକା । ଦେଶରେ ୨୫ କୋଟି ଲୋକଙ୍କୁ ଦିଆଯିବ ଟିକା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା ଭୂତାଣୁ । ଏହାକୁ ପ୍ରତିହତ କରିବା ପାଇଁ ଦେଶରେ ଆଗେଇ ଚାଲିଛି ଟିକା ପ୍ରସ୍ତୁତି କାମ । ୨୦୨୧ ଜୁଲାଇ ମାସ ସୁଦ୍ଧା ୪ ଶହରୁ ୫ ଶହ ମିଲିୟନ କରୋନା ଟିକାର ଡୋଜ୍ ଭାରତ ପାଖରେ ଉପଲବ୍ଧ ହେବ । ପ୍ରାୟ ୨୫ କୋଟି ଲୋକଙ୍କୁ ଏହି ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଆଗଧାଡିର କରୋନା ଯୋଦ୍ଧାଙ୍କୁ ମିଳିବ କରୋନା ଟିକା । ଡାକ୍ତର ଓ ନର୍ସ ସମେତ ପୋଲିସଙ୍କୁ ପ୍ରଥମେ ଟିକା ମିଳିବ ।

ICMR Says Population Far From Developing Herd Immunity Against Covid 19 Harshvardhan

ଏନେଇ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଅବଗତ କରାଯାଇଛି । ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସମସ୍ତ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶ ଏବେ କରୋନା ବିରୋଧରେ ଲଢେଇ ଜାରି ରଖିଥିବା ବେଳେ ବିଭିନ୍ନ ପର୍ଯ୍ୟାୟରେ କରୋନା ଟିକାର ପରୀକ୍ଷଣ ଜାରି ରହିଛି । ଏନେଇ ଦେଶର ବଡ଼ବଡ଼ ବୈଜ୍ଞାନିକ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।

Leave a Reply