କରୋନା ଭ୍ୟାକ୍ସିନ୍ କୋଭାକ୍ସିନର ଦାମ ଏତିକି, ଶୁଣିଲେ ଚମକି ପଡିବେ !

ହାଇଦ୍ରାବାଦ : କରୋନା କାରଣରୁ ପୁରା ବିଶ୍ୱ ଆତଙ୍କିତ । ସମୟ ବିରୋଧରେ ପୁରା ଦୁନିଆ ଲଢୁଛି ଯୁଦ୍ଧ । ଏମିତିରେ ଭାରତ ବାୟୋଟେକ୍ ମଧ୍ୟ ସମୟ ଆଗରୁ କରୋନା ଟିକା ଆଣିବାକୁ ଅଣ୍ଟା ଭିଡିଛି । ଭାରତ ବାୟୋଟେକ୍ ଦେଶର ଆଗଧାଡିର ଟିକା ପ୍ରସ୍ତୁତକାରୀ କଂପାନୀ । କୋଭାକ୍ସିନ୍ ନାମରେ କରୋନା ଟିକା ବଜାରକୁ ଛାଡିବାକୁ ପ୍ରସ୍ତୁତ ହେଉଛି ଭାରତ ବାୟୋଟେକ୍ । ତେବେ ଯେବେଠାରୁ ବିଶ୍ୱର ନାମିଦାମି କଂପାନୀ କରୋନା ଟିକା ପ୍ରସ୍ତୁତରେ ଲାଗିଲେଣି,ସେବେଠାରୁ ଟିକାର ମୁଲ୍ୟକୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । ଟିକା କେତେ ଟଙ୍କାରେ ମିଳିବ ? ଏହାକୁ ସାଧାରଣ ଗରିବ ଗୁରୁବା କିଣି ପାରିବେ ତ ?

 

ଏହାକୁ ନେଇ ଭାରତ ବାୟୋଟେକର ଏମଡି ଚମକାଇବା ଭଳି ଉତ୍ତର ଦେଇଛନ୍ତି । ସେ ତାଙ୍କ କଂପାନୀର ଟିକାର ମୁଲ୍ୟକୁ ନେଇ ଯାହା କହିଛନ୍ତି ତାହା ଶୁଣିଲେ ଆପଣ ତାଜୁବ ହେବ । ତାଙ୍କ ଅନୁସାରେ ଭାରତ ବାୟୋଟେକର ଟିକାର ଦାମ ଗୋଟିଏ ପାଣି ବୋତଲର ଦାମଠାରୁ ମଧ୍ୟ କମ ହେବ ।

ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଏଲାଙ୍କ ଅନୁସାରେ କୋଭାକ୍ସିନ୍ ଭ୍ୟାକ୍ସିନର ଦାମ ଗୋଟିଏ ବ୍ରାଣ୍ଡେଡ୍ ପାଣି ବୋତଲଠାରୁ କମ  ରହିବ । କୋଭିଡକୁ ନେଇ ଆୟୋଜିତ ଏକ ସେମିନାରରେ ଯୋଗ ଦେଇ ଡ.ଏଲା କହିଥିଲେ ଯେ, ଆମେ ଭ୍ୟାକ୍ସିନକୁ ନେଇ ପ୍ରଗତୀ କରିଛୁ । ଏହାକୁ ଶୀଘ୍ର ବଜାରକୁ ଆଣିବାକୁ ଆମେ ପ୍ରତିବଦ୍ଧ । ଭ୍ୟାକ୍ସିନର ଗୁଣବତ୍ତା ସମାନ ରହିବ ବୋଲି ସେ କହିଛନ୍ତି ।

କୋଭାକ୍ସିନର ମୁଲ୍ୟକୁ ନେଇ ମଧ୍ୟ ଡ.ଏଲା ସ୍ପଷ୍ଟୀକରଣ ଦେଇଛନ୍ତି । ଭାଷଣ ଦେଉଥିବା ବେଳେ ପାଖରେ ରଖାଯାଇଥିବା ପାଣି ବୋତଲକୁ ଉଠାଇ ସେ କହିଥିଲ ଯେ, ଆମ ଭ୍ୟାକ୍ସିନଠାରୁ ଏହି ପାଣି ବୋତଲର ଦାମ ୫ ଗୁଣ ଅଧିକ ।  ତାଙ୍କର ଏହି ବୟାନରୁ ଜଣା ପଡୁଛି ଯେ, କୋଭାକ୍ସିନର ମୁଲ୍ୟ ୧୦୦ ଟଙ୍କାରୁ କମ ହେବ ।

 

Leave a Reply