ଶିଶୁଙ୍କୁ ଦିଆଯିବା କରୋନା ଟିକା,ସରକାର ଦେଲେ ମଞ୍ଜୁରୀ

1 min read

ନୂଆଦିଲ୍ଲୀ: ଭ୍ୟାକ୍ସିନ କୋଭାକ୍ସିନକୁ ମଂଜୁରୀ ଳିଛି । ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆର ଦେଶରେ ୨ରୁ ୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଦେବାକୁ ମଂଜୁରୀ ଦେଇଛନ୍ତି । ସରକାରଙ୍କ ତରଫରୁ ଏନେଇ ଖୁବଶୀଘ୍ର ଗାଇଡଲାଇନ୍ ଜାରି କରାଯିବ । ପିଲାଙ୍କୁ କୋଭାକ୍ସିନର ଦୁଇଟି ଡୋଜ୍ ଦିଆଯିବ ।
ଏହା ପୂର୍ବରୁ ଜାୟଡସ କାଡିଲର କରୋନା ଟିକା ZyCoV-Dକୁ ଜରୁରୀକାଳିନ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଥିଲେ । ଏହାକୁ ୧୨ ବର୍ଷରୁ ଅଧିକ କିଶୋର ଓ ବଡଙ୍କୁ ଦିଆ ଯାଇ ପାରିବ । ଭାରତରେ ତିଆରି ହୋଇଥିବା ଏହା ବିଶ୍ୱର ପ୍ରଥମ ଡିଏନଏ ବେସଡ୍ ଟିକା । ଦେଶରେ ଏବେ କୋଭିସିଲ୍ଡ,କୋଭାକ୍ସିନ ଓ ସ୍ପୁଟନିକ୍-ଭି ଟିକା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଛି । ଏହି ସବୁ ଟିକାର ଦୁଇଟି ଡୋଜ୍ ଦିଆଯାଉଛି । ଅନ୍ୟପକ୍ଷରେ ଜାୟକୋଭ-ଡିର ତିନୋଟି ଡୋଜ୍ ନେବାକୁ ପଡିଥାଏ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସଂସଦରେ ଦେଇଥିଲେ ସୂଚନା
ଚଳିତ ବର୍ଷ ଜୁଲାଇରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତରୀ ମନସୁଖ ମଣ୍ଡଭିଆ ସଂସଦରେ ସୂଚନା ଦେଇଥିଲେ ଯେ, ଦେଶର ଦୁଇଟି କମ୍ପାନୀ ଶିଶୁଙ୍କ କରୋନା ଟିକା ଉପରେ କାମ କରୁଛନ୍ତି । ଜାୟଡସ କାଡିଲା ଏହି ଟିକାର ଟ୍ରାଏଲ ଆରମ୍ଭ କରିଥିବା ବାବଦରେ ସେ ସୂଚନା ଦେଇଥିଲେ । ଭାରତ ବାୟୋଟେକ୍ ର ଟିକା ମଧ୍ୟ ଟ୍ରାଏଲରେ ଥିବା କଥା ସେ କହିଥିଲେ ।
ଟ୍ରାଏଲରେ କେତେ ସଫଳ ?
ପିଲାଙ୍କ ପାଇଁ ଏହି କରୋନା ଟିକାକୁ ଭାରତ ବାୟୋଟେକ୍ ଓ ଆସିଏମଆର ମିଳିତ ଭାବେ ତିଆରି କରିଛନ୍ତି । ଏହି ଟିକାର ତିନୋଟି ଫେଜରେ ଟ୍ରଏଲ ହୋଇଥିଲା । ଟ୍ରାଏଲ ଫେଜରେ ଏହାର ଫଳାଫଳ ଉତ୍ସାହଜନକ ଥିଲା । ଟ୍ରାଏଲରେ ଏହାର ସଫଳତା ହାର ୭୮ ପ୍ରତିଶତ ଥିଲା ।

ଏଥିସହିତ ପଢ଼ନ୍ତୁ: ବୁଷ୍ଟର ଡୋଜ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି: ଜାଣନ୍ତୁ କେଉଁମାନେ ନେଇପାରିବେ ତୃତୀୟ ଡୋଜ୍

Leave a Reply