Covaxin news:  ଦେଶୀ କରୋନା ଭ୍ୟାକ୍ସିନକୁ ନେଇ ଭଲ ଖବର,ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ କେବେ ଆସିବ ଟିକା

1 min read

ନୂଆଦିଲ୍ଲୀ: ଯଦି ସବୁକିଛି ଠିକ ଚାଲେ ତେବେ ବର୍ଷ ଶେଷ ସୁଧା କରୋନା ଭାଇରସର ଭ୍ୟାକ୍ସିନ ବଜାରକୁ ଆସିବ । ଦେଶରେ ତିଆରି ହେଉଥିବା କୋଭାକ୍ସିନ୍ ଟିକା  ୨୦୨୦ ଶେଷ ବେଳକୁ ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ଏକ ଇଂରାଜି ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଡ.ହର୍ଷବର୍ଦ୍ଧନ କହିଛନ୍ତି ଯେ, ଭାରତ ବାୟୋଟେକ୍ ଦ୍ୱାରା ତିଆରି କରାଯାଉଥିବା ଟିକା ବର୍ଷ ଶେଷ ବେଳକୁ ବଜାରକୁ ଆସିବାର ସମ୍ଭାବନା ରହିଛି ।  ସେ କହିଛନ୍ତି ଯେ, ୨୦୨୧ର ପ୍ରଥମ ତିନି ମାସ ଭିତରେ ଆମେ କରୋନା ଭ୍ୟାକ୍ସିନ୍ ବ୍ୟବହାର କରିବାକୁ ପ୍ରସ୍ତୁତ ଥିବା ।

ଭାରତରେ ତିନୋଟି ଭ୍ୟାକ୍ସିନ୍ ଉପରେ ଚାଲିଛି କାମ

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱରେ ଭ୍ୟାକ୍ସିନ୍ ଟ୍ରାକକୁ ଫାଷ୍ଟ୍ ଟ୍ରାକ୍ କରାଯାଇଛି । ସ୍ୱେଦେଶୀ ଟିକାର ଟ୍ରାଏଲ ବର୍ଷ ଶେଷ ସୁଧା ପୁରା ହେବ ବୋଲି ଆଶା ଅଛି । ସେ କହିଛନ୍ତି ଯେ, ତା’ଭିତରେ ଭ୍ୟାକ୍ସିନ୍ କେତେ ପ୍ରଭାବଶାଳୀ ତାହା ଜଣାପଡି ସାରିଥିବ ।  ହର୍ଷବର୍ଦ୍ଧନ କହିଛନ୍ତି ଯେ, ସିରମ ଇନଷ୍ଟିଚ୍ୟୁଟ୍ ପ୍ରଥମରୁ ଭ୍ୟାକ୍ସିନର ଉତ୍ପାଦନ କରୁଛି,ଯେମିତି ବଜାରରେ ପହଂଚିବା ସମୟ କମ ହେବ । ବାକି ଦୁଇଟି ଟିକା ପ୍ରସ୍ତୁତ ହେବା ଓ ବଜାରକୁ ଆସିବାରେ ଅତିକମରେ ଏକ ମାସ ଅଧିକ ସମୟ ଲାଗିବ (ଅକ୍ସଫୋର୍ଡ ଟିକା ତୁଳନାରେ) ।
ତିନି ଭ୍ୟାକ୍ସିନର ଅପଡେଟ୍ କଣ ?

ଅକ୍ସଫୋର୍ଡ ଟିକା : ସିରମ ଇନଷ୍ଟିଚ୍ୟୁଟ୍ ଭାରତରେ ଏହାର ଉତ୍ପାଦନ ଆରମ୍ଭ କରିସାରିଛି । ଆଷ୍ଟ୍ରଜେନେକାର ଏହି ଟିକା ବର୍ଷ ଶେଷ ସୁଧା ବଜାରକୁ ଆସିବ ।

କୋଭାକ୍ସିନ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର ଏହି ଟିକାର ମାନବୀୟ ପରୀକ୍ଷଣ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇ ସାରିଛି ।  ଏହା ମଧ୍ୟ ବର୍ଷ ଶେଷ ବେଳକୁ ଆସିବା ସମ୍ଭାବନା ରହିଛି ।

ଜାୟକୋଭ-ଡି: ଜାୟଡର କୈଜିଲା ତା’ ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରି ସାରିଥି । କିଛି ମାସ ମଧ୍ୟରେ ଏହା ଶେଷ ହେବ ।

ଭ୍ୟାକ୍ସିନ୍ ହାସଲ କରିବା ପାଇଁ ସରକାରଙ୍କ ପ୍ଲାନ୍ କ’ଣ ?

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଟିକା ହାସଲ ପାଇଁ ଭାରତ ସରକାର ପ୍ଲାନ୍ ତିଆରି କରିଛନ୍ତି । ଭାରତ ବିଶ୍ୱର ସବୁଠାରୁ ଟିକା ନିର୍ମାତା । ବିଶ୍ୱର ଦୁଇ ତୃତୀୟାଂଶ ଟିକା ଭାରତରେ ଉତ୍ପାଦିତ ହୋଇଥାଏ । ICMR ଓ ଭାରତ ବାୟୋଟେକ୍ ମଧ୍ୟରେ ଶସ୍ତା ଟିକା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା କଥା ସେ କହିଛନ୍ତି । ଏହା ସହ ସିରମ ସହ ମଧ୍ୟ ସମାନ ଚୁକ୍ତି ପାଇଁ ଉଦ୍ୟମ ହେଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

କାହାକୁ ପ୍ରଥମେ ଟିକା ଦିଆଯିବ ?

ପ୍ରଥମେ ଫ୍ରଣ୍ଟଲାଇନ୍ କୋଭିଡ୍ ୱାରିୟରଙ୍କୁ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି । ଏହାପରେ ବୟସ୍କ ଓ ଗମ୍ଭୀର ରୋଗର ଶିକାର ରୋଗୀଙ୍କୁ ଟିକା ଦିଆଯିବ । ଏହାପରେ ଉପଲବ୍ଧ ଟିକା ଆଧାରରେ ବାକିଙ୍କୁ ଟିକା ଦିଆଯିବ ।

Leave a Reply