କରୋନା ସ୍ଥିତି ସମ୍ପର୍କରେ ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ; ଦେଶରେ କରୋନା ସମ୍ୱନ୍ଧୀତ A2Z ସୂଚନା

1 min read

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣର ମାତ୍ରା କ୍ରମାଗତ ଭାବେ ନିୟନ୍ତ୍ରଣକୁ ଫେରୁଛି । ଯାହା ଦେଶ ପାଇଁ ଏକ ଶୁଭ ସଙ୍କେତ । ତେବେ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର କରୋନା ସ୍ଥିତି ସମ୍ପର୍କରେ ଆଜି ଏକ ରିପୋର୍ଟ ପ୍ରକାଶ କରାଯାଇଛି । ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସବିଶେଷ ସୂଚନା ଦିଆଯାଇଛି । ଶେଷ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୪୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ଜୁଲାଇ ପରଠାରୁ ଗୋଟିଏ ଦିନରେ ଏତେ କମ୍ ସଂଖ୍ୟକ କରୋନା ସଂକ୍ରମିତ ଦିନକରେ ଚିହ୍ନଟ ହୋଇନଥିଲେ । ତେଣୁ ଦେଶ ପାଇଁ ଏହା ଏକ ବଡଧରଣର ସଫଳତା ଅଟେ ।

ଉକ୍ତ ପ୍ରେସ ବିଜ୍ଞପ୍ତିରେ ଆଲୋଚନା କରାଯାଇଥିବା କିଛି ପ୍ରମୁଖ ବିନ୍ଦୁ :

୧. ଦେଶର ସମୁଦାୟ ସଂକ୍ରମଣର ୭୮ ପ୍ରତିଶତ କେବଳ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଛି ।

୨. ଶେଷ ୨୪ ଘଣ୍ଟାରେ ୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୮ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୩. ପାର୍ବଣ ଋତୁରେ କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢିଛି ।

୪.  ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷରୁ ୧୦ ଲକ୍ଷକୁ ଆଣିବା ପାଇଁ ୫୭ ଦିନ ସମୟ ଲାଗିଥିଲା, ମାତ୍ର ଏବେ ମାତ୍ର ୧୩ ଦିନରେ ୧୦ ଲକ୍ଷ ସଂକ୍ରମିତ ସୁସ୍ଥ ହୋଇପାରିଛନ୍ତି । ଏହା ଏକ ବଡଧରଣର ସଫଳତା ।

୫. ଭାରତରେ କରୋନା ସୁସ୍ଥଙ୍କ ସଂଖ୍ୟା ୭୨ ଲକ୍ଷରୁ ଅଧିକ ହେଲାଣି, ଯାହା ବିଶ୍ୱରେ ସର୍ବାଧିକ ।

୬. ସାରା ଦେଶରେ ୧୦ କୋଟିରୁ ଅଧିକ କରୋନା ଟେଷ୍ଟ ହୋଇସାରିଛି ।

୭.  ପ୍ରତି ୧୦ ଲକ୍ଷରେ ୮୬ ମୃତ୍ୟୁ ଓ ୫୭୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୮. ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୭୫ ହଜାର ୬୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ କରାଯାଉଛି ।

୯. ଶେଷ ୫ ସପ୍ତାହରେ ସପ୍ତାହକରେ ୧୧ ଲକ୍ଷ ଟେଷ୍ଟ କରାଯାଉଛି ।

୧୦. ଦେଶରେ ୩ଟି ଭ୍ୟାକ୍ସିନର ପରୀକ୍ଷଣ ଚାଲିଛି, କୋଭାକ୍ସିନ ପରୀକ୍ଷଣ ୩ୟ ପର୍ଯ୍ୟାୟରେ ରହିଛି ।

୧୧. ପ୍ରଦୂଷଣ ପ୍ରବଣ ଅଞ୍ଚଳରେ ସଂକ୍ରମଣର ମାତ୍ରା ଅଧିକ

୧୨. ନୀତି ଆୟୋଗ, ରାଜ୍ୟଗୁଡିକୁ ଭ୍ୟାକ୍ସିନ ଆବଣ୍ଟନ ପ୍ରକ୍ରିୟା ପାଇଁ ପ୍ରସ୍ତୁତ ରହିବା ନେଇ ପରାମର୍ଶ ଦେଇଛନ୍ତି ।

Leave a Reply