କରୋନା ଟିକା ନେବା ସତ୍ତ୍ୱେ ସଂକ୍ରମିତ ମନ୍ତ୍ରୀ: ଆଶ୍ୱାସନା ଦେଲା କମ୍ପାନୀ, ଜାଣନ୍ତୁ କ’ଣ କହିଲା
1 min readନୂଆଦିଲ୍ଲୀ: କରୋନା ଟିକା ‘କୋଭାକ୍ସିନ’କୁ ନେଇ ଦେଖାଦେଇଛି ଅନିଶ୍ଚିତତା । କରୋନା ଟିକା ନେବା ସତ୍ତ୍ୱେ କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ୍ । ଆଉ ଏହା ପରେ ଭାରତ ବାୟୋଟେକ୍ କମ୍ପାନୀର ଏହି କରୋନା ଟିକାକୁ ନେଇ ଦେଖା ଦେଇଛି ଆଶା ଆଶଙ୍କା । ତେବେ ଏହାରି ମଧ୍ୟରେ ଟିକା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିବୃତି ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଟିକାର ଦ୍ୱିତୀୟ ଡୋଜ୍ ନେବାର ୧୪ ଦିନ ପରେ ହିଁ ଏହାର ପ୍ରଭାବ ନେଇ ଆକଳନ କରିହେବ ।
Covaxin is a two-dose anti-coronavirus vaccine and Haryana Health minister Anil Vij, who had volunteered for its phase-three trial, was given only the first dose: Union Health Ministry
— Press Trust of India (@PTI_News) December 5, 2020
ହରିୟାଣା ମନ୍ତ୍ରୀ ଅନିଲ ଭିଜ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ଏହାର ପ୍ରଥମ ଡୋଜ୍ ନେଇଥିଲ । ଏଣୁ ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଏହାର ଆଉ ଏକ ଡୋଜ୍ ନେବାର ଅଛି । ଏହାର ପରେ ହିଁ ଏହାର ପ୍ରଭାବ ନିର୍ଦ୍ଧାରଣ କରିହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।