କରୋନା ବିପକ୍ଷରେ କୋଭାକ୍ସିନ ୭୭.୮ ପ୍ରତିଶତ ଫଳପ୍ରଦ: ଲାନସେଟ୍ ଅଧ୍ୟୟନ

1 min read

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ମେଡିକାଲ ଜର୍ନାଲ ଲାନସେଟ କହିଛି ଯେ ଭାରତରେ ପ୍ରସ୍ତୁତ ଟିକା କୋଭାକ୍ସିନ କୋଭିଡ-୧୯ ବିରୋଧରେ ୭୭.୮ ପ୍ରତିଶତ ପ୍ରଭାବଶାଳୀ । ଏହାର ପ୍ରାଥମିକ ବିଶ୍ଲେଷଣରେ କରୋନା ଭାଇରସର ବିପଦଜ୍ଜନକ ଡେଲଟା ଭ୍ୟାରିୟଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ପ୍ରଭାବଶାଳୀ । କୋଭାକ୍ସିନର ତୃତୀୟ ପର୍ଯାୟ ନୈଦାନିକ ପରୀକ୍ଷଣ ପରେ ଏହାର ନିରାପତ୍ତା ଏବଂ ଫଳପ୍ରଦତା ଉପରେ ସଂଗୃହିତ ତଥ୍ୟାବଳୀ ସମୀକ୍ଷା କରାଯାଇ ତାହାକୁ ଲାନସେଟରେ ପ୍ରକାଶ କରାଯାଇଛି । ଦି ଲାନସେଟ ଶୁକ୍ରବାର ଉକ୍ତ ଅଧ୍ୟୟନରେ ପ୍ରକାଶିତ ହେବା ପରେ ଭାରତ ବାୟୋଟେକ ବିବୃତି ଦେଇ କହିଛି କି କୋଭିଡ-୧୯ ବିପକ୍ଷରେ କୋଭାକ୍ସିନ ଫଳପ୍ରଦ ହୋଇପାରେ ବୋଲି କରାଯାଇଥିବା ଅନୁଶଳୀନକୁ ଦି ଲାନସେଟ ପିୟର ରିଭ୍ୟୁ ସୁନିଶ୍ଚିତ କରିଛି । କୋଭାକ୍ସିନ ହେଉଛି ଏକମାତ୍ର ଟିକା ଯାହାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ଡେଲଟା ଭ୍ୟାରିୟଣ୍ଟ ବିପକ୍ଷରେ ପ୍ରୟୋଗ କରାଯାଇଥିଲା । ଡେଲଟା ଭ୍ୟାରିୟଣ୍ଟ ବିପକ୍ଷରେ ଏହା ୬୫.୨ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡ଼ିଛି । ୧୩୦ଟି କୋଭିଡ-୧୯ ସଂକ୍ରମଣ ମାମଲାରେ ଟିକାର ଫଳପ୍ରଦତା ବିଶ୍ଲେଷଣ କରାଯାଇଥିଲା ।

ଲାନସେଟ୍ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ନିଷ୍କ୍ରିୟ ଭାଇରସ୍ ଟେକନିକ୍ ବ୍ୟବହାର କରୁଥିବା କୋଭାକ୍ସିନର ଦୁଇ ଡୋଜ୍ ଦିଆଯିବାର ଦୁଇ ସପ୍ତାହ ପରେ ଏକ ଶକ୍ତିଶାଳୀ ଆଣ୍ଟିବଡି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପରୀକ୍ଷା ସମୟରେ ଟିକା ସହ ଜଡ଼ିତ ମୃତ୍ୟୁର ଗମ୍ଭୀର ଗୁରୁତର ମାମଲାର ରିପୋର୍ଟ ହୋଇନାହିଁ ବୋଲି ଏହି ପତ୍ରିକାରେ ଦର୍ଶାଯାଇଛି । ଭାରତରେ ନଭେମ୍ବର ୨୦୨୦ ରୁ ମେ ୨୦୨୧ ପର୍ଯ୍ୟନ୍ତ ଚାଲିଥିବା ଏହି ପରୀକ୍ଷଣରେ ୧୮-୯୭ ବୟସ ବର୍ଗରେ ୨୪ ହଜାର ୪୧୯ ଅଂଶଗ୍ରହଣ କରିଥିଲେ ।

Leave a Reply