୬ ନୁହେଁ ୧୨ ମାସ ମଧ୍ୟରେ ବ୍ୟବହାର ହୋଇପାରିବ କୋଭାକ୍ସିନ

1 min read

ନୂଆଦିଲ୍ଲୀ: ଏଣିକି ୬ ମାସ ନୁହେଁ ବର୍ଷେ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିବ କରୋନା ସଞ୍ଜିବନୀ କୋଭାକ୍ସିନ । ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ପ୍ରସ୍ତୁତି ତାରିଖଠାରୁ ୧୨ ମାସ ମଧ୍ୟରେ ଏହାର ବ୍ୟବହୃତ ହୋଇପାରିବ ।

କୋଭାକ୍ସିନର ବୈଧତା ଅବଧି ବଢାଇବା ଲାଗି କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ମଞ୍ଜୁର ଦେଇଛନ୍ତି । ଅତିରିକ୍ତ ସ୍ଥିରତା ତଥ୍ୟ ଆଦିକୁ କମ୍ପାନୀ ପକ୍ଷରୁ ସିଡିଏସିଓଙ୍କ ନିକଟରେ ଦାଖଲ କରାଯାଇଥିଲା । ବିଭିନ୍ନ ତଥ୍ୟକୁ ବିଚାର କରି ସିଡିଏସସିଓ ଏହି ଅନୁମତି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କୋଭାକ୍ସିନକୁ ମିଳିଲା WHOର ଅନୁମତି

ଚଳିତବର୍ଷ ପ୍ରାରମ୍ଭରେ ଭାରତ ବାୟୋଟେକ କୋଭାକ୍ସିନର ଲାଇଫ ପିରିୟଡ ବ୍ୟବହାର ଅବଧି ୬ ମାସରୁ ୨୪ ମାସକୁ ବଢାଇବା ଲାଗି ସିଡିଏସସିଓଙ୍କ ନିକଟରେ ଆବେଦନ କରିଥିଲା । ପୂର୍ବରୁ ନିର୍ଦ୍ଦେଶ ବା ଗାଇଡଲାଇନ ଅନୁସାରେ ୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏହି ଟିକାକୁ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ରଖାଯାଇ ବ୍ୟବହାର କରାଯାଇପାରିବ ବୋଲି ବ୍ୟବସ୍ଥା ଥିଲା ।

କମ୍ପାନୀ ପକ୍ଷରୁ କୁହାଯାଇଛି, ସିଡିଏସସିଓ ୧୨ ମାସ ଲାଗି ଅନୁମତି ପ୍ରଦାନ ପରେ ଏହି ଅବଧି ୨୪ ମାସ ଯାଏଁ ବଢାଇବା ଲାଗି ପୁଣି ଅନୁମତି ନିଆଯିବ ।

Leave a Reply