spot_img

Latest Posts

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ କୋଭାକ୍ସିନ ୯୩ପ୍ରତିଶତ ପ୍ରଭାବୀ

ଭୁବନେଶ୍ୱର: କୋଭାକ୍ସିନ କେତେ ପ୍ରଭାବୀ। ଟିକାର ତୃତୀୟ ତଥା ଶେଷ ପର୍ଯ୍ୟାୟ ଟ୍ରାଏଲ ପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ କୋଭାକ୍ସିନ ୯୩ପ୍ରତିଶତ ପ୍ରଭାବୀ। ସେହିପରି ଡେଲଟା ଭ୍ୟାରିଆଣ୍ଟ ବିପକ୍ଷରେ ୬୫ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଛି କୋଭାକ୍ସିନ। ସାମାନ୍ୟ ଓ ମଧ୍ୟମ ଲକ୍ଷଣଧାରୀ କରୋନା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୮ପ୍ରତିଶତ ଫଳପ୍ରଦ ବୋଲି ଭାରତ ବାୟୋଟେକ୍ ପକ୍ଷରୁ ସୂଚନା ମିଲିଛି। ସେହିପରି କରୋନାର କୌଣସି ଲକ୍ଷଣ ନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କୋଭାକ୍ସିନ ଟିକା ୬୩ପ୍ରତିଶତ ପ୍ରଭାବୀ ବୋଲି ଭାରତ ବାୟୋଟେକ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ଟ୍ୱିଟ୍ କରି ଜଣାଯାଇଛି।

Latest Posts

Don't Miss