spot_img

Latest Posts

ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ, ଆସିଲା କୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ କମିବାର ନାଁ ନେଉନାହିଁ । ୮ଥର ଇଡିର ସମନ ପରେ ମଧ୍ୟ ହାଜର ହୋଇନାହାନ୍ତି କେଜ୍ରିଓ୍ବାଲ । ତେବେ ମାର୍ଚ୍ଚ ୧୨ ତାରିଖରେ ଭିଡିଓ କନଫରେନ୍ସି ମାଧ୍ୟମରେ ଇଡିର ସମସ୍ତ ପ୍ରଶ୍ନଣ ଉତ୍ତର ଦେବେ ବୋଲି କହିଥିଲେ । ତେବେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଉଜ ଏଭେନ୍ୟୁ କୋର୍ଟ ସମନ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ ପରେ କୋର୍ଟ ଏହି ସମନ ଜାରି କରିଛନ୍ତି। କେଜ୍ରିଓ୍ୱାଲଙ୍କୁ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ କହିଛନ୍ତି କୋର୍ଟ। ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଆଠଟି ସମନ ପଠାଇ ସାରିଛି। ଜାଣିଶୁଣି ଇଡି ନୋଟିସ କରି ହଇରାଣ କରୁଛି ବୋଲି ଅଭିଯୋଗ ଆଣିଛନ୍ତି କେଜ୍ରିଓ୍ବାଲ ।

 

Latest Posts

Don't Miss