ଲଖିମପୁର ଖେରୀ ଚାଷୀ ହତ୍ୟା ମାମଲା: ଚାର୍ଜସିଟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଦୋଷୀ

ଲକ୍ଷ୍ନୌ: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଦୋଷୀ । ଚାଷୀ ହତ୍ୟାକାରୀ ଆଶିଷ ମିଶ୍ରା । ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଚାଷୀଙ୍କୁ ଗାଡି ଚଢେଇ ହତ୍ୟା କରିବା ମାମଲାରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ପୋଲିସ । ଘଟଣାରେ ଆଶିଷ ମିଶ୍ରା ଓ ଅନ୍ୟ ୧୪ ଜଣଙ୍କୁ ଦୋଷୀ ବୋଲି ପୋଲିସ କହିଛି । ଘଟଣାରେ ୪ଜଣ ଚାଷୀଙ୍କ ସହ ୮ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗତକାଲି ସମସ୍ତ ଅଭିଯୁକ୍ତଙ୍କର ଡିସଚାର୍ଜ ଆପ୍ଲିକେଶନ କୋର୍ଟ ଖାରଜ କରିଦେଇଥିଲେ । ଅଭିଯୁକ୍ତଙ୍କ କହିବା କଥା ସେମାନେ ଘଟଣା ଦିନ ସେଠାରେ ନଥିଲେ । ଗତବର୍ଷ ୩ ଅକ୍ଟୋବରରେ ଚାଷୀ ତିନୋଟି କୃଷି ଆଇନ୍ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ଆଶିଷ ମିଶ୍ରା ଓ ତାଙ୍କ ସହଯୋଗୀ ଗାଡି ଚଢାଇ ୪ଜଣଙ୍କୁ ହତ୍ୟା କରିଥିଲେ ।

ଏହାପରେ ଘଟଣାସ୍ଥଳରେ ତୀବ୍ର ହିଂସା ହୋଇଥିବା ବେଳେ ସେଥିରେ ଆଉ ଚାରିଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ସାମ୍ବାଦିକ ମଧ୍ୟ ଥିଲେ । ଘଟଣାକୁ ନେଇ ବିରୋଧୀ ଜୋରଦାର ହଙ୍ଗାମା କରିବା ପରେ ଆଶିଷ ମିଶ୍ରା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ଏହାପରେ ଅନେକ ଥର ସେମାନଙ୍କର ଜାମିନ ଆବେଦନ ଖାରଜ ହୋଇଛି ।