ପୁଅକୁ ହତ୍ୟା ଘଟଣାରେ ବାପା ଓ ସାବତ ମାଆଙ୍କୁ ଆଜୀବନ ଜେଲ୍ ଦଣ୍ଡ

Court Convicted Father And Mother On Son Murder Case

ଯୋଡ଼ା: ପୁଅକୁ ହତ୍ୟା ଘଟଣାରେ ବାପା ଓ ସାବତ ମାଆକୁ ଆଜୀବନ ଜେଲ୍ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଳଗୋବିନ୍ଦ ବାରିକ । ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ସାବତଭାଇ ଗୌତମଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ୨୦୧୯ ସେପ୍ଟେମ୍ବର ୧ ତାରିଖରେ କେନ୍ଦୁଝର ବାମେବାରୀ ଥାନା ବଳଭଦ୍ରପୁର ଗାଁରେ ଟ୍ରାନ୍ସପୋର୍ଟ ବ୍ୟବସାୟ ଲାଭ ଟଙ୍କା ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ।

ନାରାୟଣ ମହାନ୍ତ ତାଙ୍କ ତୃତୀୟ ପତ୍ନୀଙ୍କ ପୁଅ ପିତାମ୍ବରଙ୍କୁ ଲାଭ ଟଙ୍କା ଦେବାକୁ ଚାହୁଁ ନଥିଲେ । ଏହାକୁ ନେଇ ପରିବାର ଭିତରେ ଲାଗିଥିଲା ଝଗଡ଼ା । ବାପା ନାରାୟଣ ମହାନ୍ତ, ତାଙ୍କର ପ୍ରଥମ ସ୍ତ୍ରୀ ମାଳତି ଓ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ଗୌତମ ମିଶି ପିତାମ୍ବରଙ୍କୁ ନିସ୍ତୁକ ମାରିଥିଲେ । ପିତାମ୍ବର ତଳେ ପଡ଼ିଯିବା ପରେ ବାପା ନାରାୟଣ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଜଘନ୍ୟ ଭାବେ ହତ୍ୟା କରିଥିଲେ । ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଆଜି ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Leave a Reply