କଟକ: ଅନୁଭବଙ୍କ ଘର ଛାଡ଼ିବେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।  ଶାଶୁ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ପତ୍ନୀ ଅନୁଭବ ମହାନ୍ତି। ଅନୁଭବଙ୍କ ବାପା, ମାଆ ଅସୁସ୍ଥ ଥିବା ଏବଂ ବର୍ଷା ଉକ୍ତ ଘରେ ରହିଆସୁଥିବା ହେତୁ  ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି SDJM କୋର୍ଟ । ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ପୂର୍ବରୁ ବର୍ଷା ଅନୁଭବଙ୍କୁ ସୋସିଆଲ ମିଡିଆ ବ୍ୟବହାରକୁ ମନା କରିଥିଲେ ହାଇକୋର୍ଟ । ଜୁଲାଇ ୪ ତାରିଖ ଯାଏ କୌଣସି ଭିଡ଼ିଓ ପୋଷ୍ଟ କରିପାରିବେନି ଉଭୟ । ଉଭୟ ପକ୍ଷକୁ ନୋଟିସ୍ ଜାରି କରିଥିଲେ ହାଇକୋର୍ଟ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ ନିର୍ଦ୍ଦେଶ ରହିଛି । ଜୁଲାଇ ୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ନେଇ ନାନା କଥା ଚର୍ଚ୍ଚା କରୁଛନ୍ତି ଓ ଭିଡ଼ିଓ ପୋଷ୍ଟ କରୁଛନ୍ତି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ବର୍ଷା ଅନୁଭବ ପାରିବାରିକ ବିବାଦ ଥମିବାର ନାଁ ନେଉନି । ଦିନକୁ ଦିନ ଏହା ଆାହୁରୀ ଅଡୁଆ ହେବାରେ  ଲାଗିଛି । କେତେବେଳେ ଅନୁଭବ ବର୍ଷାଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଟିପ୍ପଣୀ ରଖୁଛନ୍ତି ତ ଆଉ କେତେବେଳେ ବର୍ଷା ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଉଛନ୍ତି । ଏବେ ଅନୁଭବଙ୍କ ଏହି ପିଟିସନକୁ ନେଇ କୋର୍ଟଙ୍କ ଶୁଣାଣି ବହୁ ଗୁରୁତ୍ବପୂର୍ଣ୍ଣ ରହିବ ।