୫ଲକ୍ଷ ଟଙ୍କାର ବିଲେଇ ଛୁଆ ଅର୍ଡର କରିଥିଲେ କିନ୍ତୁ ଘରକୁ ଆସିଲା ବାଘ ଛୁଆ

1 min read

ବିଲେଇ ଛୁଆ ସେ ପୁଣି ୫ଲକ୍ଷ ଟଙ୍କିଆ । ୫ଲକ୍ଷ ଟଙ୍କା ଦେଇ କିଣିଥିଲେ ବିଲେଇ ଛୁଆ କିନ୍ତୁ ମିଳିଲା ବାଘଛୁଆ । ଏମିତି ଆଶ୍ଚର୍ଯ୍ୟ କର ଘଟଣା ଦେଖିବା ମିଳିଛି ଫ୍ରାନ୍ସରେ । ସେଠିକାର ଗୋଟିଏ ଦମ୍ପତ୍ତି ଗୋଟିଏ ସ୍ୱତନ୍ତ୍ର ବିଲେଇ ଛୁଆ ମଗେଇଥିଲେ । ଆଉ ତା ପାଇଁ ସେମାନେ ୫ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେଷ । କିନ୍ତୁ ପରେ ସେମାନ ଜାଣିବାକୁ ପାଇଲେ ଯେ, ବିଜ୍ଞାପନ ଦେଖି ଅର୍ଡ କରିଥିବା ସେହି ବିଲେଇ ଛୁଆଟି ହେଉଛି ପ୍ରକୃତରେ ବାଘ ଛୁଆ ।

ଅର୍ଡର କରିଥିଲେ ବିଲେଇ ଆସିଲା ବାଘ

ସୂଚନା ଅନୁସାରେ, ଫ୍ରାନ୍ସର ନରମାଣ୍ଡିରେ ଗୋଟିଏ ଦମ୍ପତ୍ତି ସ୍ୱତନ୍ତ୍ର ପ୍ରଜାତିର ସାବନା ବିଲେଇ (Savannah Cat)  ଆଣିବାକୁ ମନ ବଳାଇଥିଲେ । ଏବଂ ପରେ ଏମାନେ ଏମିତି ଏକ ବିଜ୍ଞାପନ ପାଇ ବିଲେଇ କିଣିବାକୁ ଅର୍ଡର ଦେଇଥିଲା । ଦୁଇ ବର୍ଷ ପୂର୍ବରୁ ସେମାନେ ଏହି ବିଲେଇକୁ କିଣିବାକୁ ୫ଲକ୍ଷ ଟଙ୍କା ଯୋଡ଼ି ବିଲେଇଟିକୁ ଅନଲାଇ କିଣିଥିଲେ  । ତାପରେ ଜଣା ପଡ଼ିଥିଲା ଯେ, ସେ ବିଲେଇ ନୁହେଁ ବାଘ ଛୁଆ ଥିଲା ।

୨୦୧୮ରେ ଜଣା ପଡ଼ିଲା ପ୍ରକୃତ ଘଟଣା

ବିଲେଇକୁ କିଣିବା ପରେ କିଛି ଦିନରେ ସେ ବିଲେଇର ପ୍ରକୃତ ପରିଚୟ ଜାଣିପାରିଥିଲେ । ୨୦୧୮ରେ ସେମାନେ ଜଣିଲେ ଯେ, ସେମାନେ ଆଣିଥିବା ବିଲେଇ ଛୁଆ ପ୍ରକୃତରେ ଗୋଟିଏ ବାଘ ଛୁଆ । ତାପରେ ଘଟଣାକୁ ନେଇ ତନାଘନା କରିଥିଲା ପୋଲିସ । ଏବଂ ଜଣା ପଡ଼ିଥିଲା ଯେ, ସେ ବିଲେଇଟି ହେଉଛି ସୁମାତ୍ରା ପ୍ରଜାତିର ବାଘ । ଘଟଣାଟି ସାମ୍ନାକୁ ଆସିବା ପରେ ବାଘ ଛୁଆଟିକୁ ଫ୍ରାନ୍ସର ପ୍ରାଣି ଉଦ୍ୟାନକୁ ହସ୍ତାନ୍ତର କରି ଦିଆଯାଇଥିଲା । ଏବେ ସେଠାରେ ହିଁ ତାର ଦେଖାରଖା କରାଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ସୁମାତ୍ରା ପ୍ରଜାତିର ବାଘ  ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ । ଆଉ ଏହି ଦୁର୍ଲଭପ୍ରଜାତିର ବାଘ ଖୁବ୍ କମ୍ ସଂଖ୍ୟକ ଦେଖିବାକୁ ମିଳିଥାନ୍ତି । ବର୍ତ୍ତମାନ ପୂରା ବିଶ୍ୱରେ ମାତ୍ର ୪୦୦ଟି ସୁମାତ୍ରା ବାଘ ଛୁଆ ଅଛନ୍ତି ।

Leave a Reply