‘ଆମକୁ ରାସ୍ତା ଦିଅ, ନହେଲେ ଇଚ୍ଛାମୃତ୍ୟୁ ଦିଅ’
ସୋନପୁର: ରାସ୍ତା ପାଇଁ ଦମ୍ପତି ଦାବି କରି କରି ଥକି ଯିବା ପରେ ମାଗିଛନ୍ତି ଇଚ୍ଛାମୃତ୍ୟୁ ପାଇଁ ଅନୁମତି । ଆମକୁ ରାସ୍ତା ଦିଅ ନହେଲେ ଇଚ୍ଛାମୃତ୍ୟୁ ଦିଅ । ଏମିତି ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ସୋନପୁର ସହର ଗ୍ରୀଡ୍ କୋଲୋନୀର ସାଧୁ ଚରଣ ପାଣୀଗ୍ରାହୀ ଏବଂ ତାଙ୍କ ପତ୍ନୀ ।
ନିଜ ଘରକୁ ସବୁ ଦିନିଆ ରାସ୍ତା ପାଇଁ ଦାବି କରି ଆମରଣ ଅନସନରେ ବସିଛନ୍ତି ଦମ୍ପତି । ଗତ କିଛି ବର୍ଷ ତଳେ ସାଧୁ ଚରଣ ପାଣୀଗ୍ରାହୀ ଘର କିଣିଥିବା ବେଳେ ଘରକୁ ସବୁଦିନିଆ ରାସ୍ତା ବି ଥିଲା । ଉକ୍ତ ରାସ୍ତାକୁ ପଡ଼ୋଶୀ ହରି ସାହୁ ଓ ରତ୍ନାକର ସହୁ ମିଶି ସିମେଣ୍ଟ ବାଡ଼ ଦେଇ ଅବରୋଧ କରିଛନ୍ତି । କୌଣସି ଜରୁରୀ କାମ ବା ମେଡିକାଲ କାମ ପଡ଼ିଲେ ଏହି ପରିବାରକୁ ବହୁ ଅସୁବିଧାରେ ଯିବା ଆସିବା କରିବାକୁ ପଡୁଛି । କିଛି ଦିନ ତଳେ ସ୍ତ୍ରୀଙ୍କୁ ମେଡିକାଲ ନେବା ପାଇଁ ଅଗ୍ନିଶମ ବାହିନୀର ସହାଯ୍ୟ ନେବାକୁ ମଧ୍ୟ ପଡିଥିଲା । ରାସ୍ତା ପାଇଁ ଥାନାଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ କେହି ନଶୁଣିବାରୁ ବ ଧ୍ୟହୋଇ ଦମ୍ପତି ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିବା ସହିତ ଆମରଣ ଅନଶନରେ ବସିଛନ୍ତି ।
ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଅବଗତ ଥିବା ସହିତ ଉପଜିଲ୍ଲାପାଳଙ୍କୁ ରାସ୍ତା ଦେବା ପାଇଁ କହିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।