କେନ୍ଦୁଝରରେ ଡବଲ ମର୍ଡର, ଗୁଣି ଗାରେଡିରୁ ହତ୍ୟା

କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ନୃଶଂସ ହତ୍ୟା । କେନ୍ଦୁଝର ଜିଲ୍ଲା ଦୈତାରି ଥାନା ଅନ୍ତର୍ଗତ ରାସୋଳ ଝୁମୁକିପାଟିଆ ସାହିରେ ବିଳମ୍ବିତ ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ଯା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଲେ ଗାଁର ବାହାଡା ମୁର୍ମୁ ଓ ଧାନୀ ମୁର୍ମୁ । ଘଟଣାସ୍ଥଳରେ ହରିଚନ୍ଦନପୁର ଓ ଦୈତାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ, ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବାହାଡ଼ା ମୁର୍ମୁ ଗାଁ ଶାଳରେ ପୂଜାପାଠ କରୁଥିଲେ । ଏହାକୁ ନେଇ କେହି ଦୁର୍ବୃତ୍ତ ତାଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରିଥିବା ନେଇ ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।