ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ମୋହନା: ପୁଣି ଅନ୍ଧ ବିଶ୍ବାସ ନେଲା ଜୀବନ । ଗୁଣି ଗାରେଡି ସନ୍ଦେହରେ ଚାଲିଗଲା ଦୁଇ ଜଣଙ୍କ ପ୍ରାଣ । ଘଟଣା ଘଟିଛି ମୋହନା ଅଡବା ଥାନା ଘୋଡ଼ାପଙ୍କା ଗାଁରେ । ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ବିଭତ୍ସ ଭାବେ ହତ୍ୟା କରିଛି ଦୁର୍ବୃତ୍ତ ।

ମୃତକ ହେଲେ ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ଶଶିତା ମଲ୍ଲିକ । କପିଳେନ୍ଦ୍ରଙ୍କୁ ଘରେ ପଶି ହତ୍ୟା କରାଯାଇଥିବା ବେଳେ, ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।