ଟିକେଟ୍ ନଥିବାରୁ ଏୟାରପୋର୍ଟରେ ଛୁଆକୁ ଛାଡ଼ି ପଳାଇଲେ ଦମ୍ପତି

1 min read

ତେଲ ଅଭିଭ: ଏୟାରପୋର୍ଟରେ ଛୁଆକୁ ଛାଡ଼ି ପଳାଇଲେ ଦମ୍ପତି । ଛୁଆ ପାଇଁ ଏକ୍ସଟ୍ରା ଟିକେଟ କିଣିବାକୁ ନେଇ ଯୁକ୍ତିତର୍କ ପରେ ମାଆ-ବାପା ନବଜାତକକୁ ଚେକ-ଇନ୍ ଡେକ୍ସ କାଉଣ୍ଟରରେ ଛାଡ଼ି ପଳାଇଛନ୍ତି । ଇସ୍ରାଏଲ ଏୟାରପୋର୍ଟରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି।

ଇସ୍ରାଏଲର ତେଲ ଅଭିଭ ବେନ-ଗୁରିଅନରେ ଏହି ଘଟଣା ଘଟିଛି । ବେଲଜିୟମ ପାସପୋର୍ଟରେ ଦମ୍ପତି ବ୍ରୁସେଲ୍ସ ଯାତ୍ରା କରୁଥିଲେ । ଦମ୍ପତି ପୂର୍ବରୁ ପିଲା ପାଇଁ ଟିକେଟ କରିନଥିବାରୁ ଚେକ ଇନ ବେଳେ ଅଲଗା ଟିକେଟ କିଣିବାକୁ କୁହାଯାଇଥିଲା । ବିନା ବୁକିଂରେ ଚେକ-ଇନକୁ ନେଇ ଏୟାରପୋର୍ଟ ଷ୍ଟାଫ ଓ ଦମ୍ପତିଙ୍କ ମଧ୍ୟର ଯୁକ୍ତିତର୍କ ହୋଇଥିଲା । ଫଳରେ ପିଲାକୁ ବେବି ଷ୍ଟୋଲରରେ ଛାଡ଼ି ବାପା-ମାଆ ପାସପୋର୍ଟ ଭେରିଫିକେସନ ପାଇଁ ଚାଲିଯାଇଥିଲେ।

ବେନ ଗୁରିଅନ୍ ଏୟାରପୋର୍ଟର ଡେସ୍କ ଷ୍ଟାଫ ଏନେଇ ସୁରକ୍ଷା କର୍ମୀଙ୍କୁ ଜଣାଇଥିଲେ । ଯାହା ପରେ ସେମାନଙ୍କୁ ଅଟକାଯାଇଥିବା ବେଳେ ଏହି ମାମଲାକୁ ହାତକୁ ନେଇଛି ସ୍ଥାନୀୟ ପୋଲିସ।