ଦୁଇ ଯୁବକଙ୍କୁ ହତ୍ୟା ଘଟଣା: ଦମ୍ପତିଙ୍କ ସହ ୪ରୁ ଅଧିକଙ୍କ ସମ୍ପୃକ୍ତି ଅଭିଯୋଗ

ରାଉରକେଲା: ସହରର କଷ୍ଟ୍ରକସନ କଲୋନୀରେ ଦୁଇ ଯୁବକଙ୍କୁ ହତ୍ୟା ମାମଲାରେ ପୋଲିସ ହାତରେ ବଡ଼ ସୁରାକ ।  ହତ୍ୟାକାଣ୍ଡରେ ଦମ୍ପତିଙ୍କ ସହ ୪ରୁ ଅଧିକ ସମ୍ପୃକ୍ତ ଥିବା ଅଭିଯୋଗ । ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ହତ୍ୟାକାରୀମାନେ ଶାବଳ, ଲାଠି ଓ ମାରଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗ ହାଉସରେ ଥିବା ଦୁଇ ମୃତଦେହକୁ ଆଜି ବ୍ୟବଚ୍ଛେଦ କରାଯିବ । ଟାଙ୍ଗରପାଲି ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ହତ୍ୟା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ, ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।