spot_img

Latest Posts

କରୋନା କାଳ : ଲକଡାଉନ ଭିତରେ ଅନଲାଇନ୍ ବିବାହ, ଯୋଗଦେଲେ ୨୦୦ରୁ ଅଧିକ ଅତିଥି

ଟେକ୍ସାସ: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍‌ଡାଉନ୍‌ ହୋଇ ଯାଇଛି କହିଲେ ଚଳେ। ଚୀନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ୨ ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ଏଥିରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ବିଶ୍ୱର ବିକାଶଶୀଳ ଦେଶ ଆମେରିକା। ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ବେଳେ ହଜାର ହଜାର ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ନ୍ୟୁୟର୍କ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଲୋକେ ଆବଶ୍ୟକ ନ ଥିଲେ ଘରୁ ବାହାରୁ ନାହାନ୍ତି।

ଏମିତିକି ବିବାହ ପାଇଁ ପୂର୍ବରୁ ତାରିଖ ସ୍ଥିର ହୋଇଥିଲେ ମଧ୍ୟ ଲୋକେ ଏହାକୁ ଘୁଞ୍ଚାଇ ଦେଉଛନ୍ତି। ହେଲେ ଟେକ୍ସାସର ଅଷ୍ଟିନ ସହରରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଏଠାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଏକ କପୁଲ ବିବାହ କରିଛନ୍ତି। ଅବଶ୍ୟ ଏମାନେ ଅନ୍‌ଲାଇନରେ ବିବାହ କରିଥିବା ବେଳେ ଅନ୍‌ଲାଇନରେ ମଧ୍ୟ ପାଖାପାଖି ୨ଶହ ଅତିଥି ଏହି ବିବାହରେ ଯୋଗ ଦେଇଥିବା ଜଣାପଡିଛି।

ଇଥନ ପୋଲାକ ଓ କ୍ୟାଥଲିନ ଦିଲଓ୍ବର୍ଥ ଏହି ବରକନ୍ୟା ମାର୍ଚ୍ଚ ୨୮ରେ ବିବାହ କରିଥିବା ଜଣାପଡିଛି। ତେବେ ଲକ୍‌ଡାଉନ ପାଇଁ ଏମାନେ ବିବାହ ଘୁଞ୍ଚାଇବାକୁ ଚାହୁଁ ନ ଥିବା ବେଳେ ସେମାନେ ତାଙ୍କର ସମସ୍ତ ଅତିଥିଙ୍କୁ ଇମେଲ ଯୋଗେ ପୂର୍ବରୁ ଏକଥା ଜଣାଇ ଦେଇଥିଲେ।

ଆଉ ଅତିଥିମାନେ ମଧ୍ୟ ଠିକ୍‌ ବିବାହ ଉତ୍ସବରେ ଯୋଗ ଦେବା ଭଳି ସଜେଇ ହୋଇ ଏହି ଅନ୍‌ଲାଇନ ବିବାହରେ ଯୋଗ ଦେଇ କରୋନା ସମୟରେ ପାଳନ କରାଯାଉଥିବା ଲକ୍‌ଡାଉନ ନିୟମକୁ ମାନିଥିଲେ।

Latest Posts

Don't Miss