୩୩ ବର୍ଷ ପରେ ସ୍ୱାମୀ ସ୍ତ୍ରୀ ଜାଣିଲେ ସେମାନେ ଭାଇ ଭଉଣୀ, ପଢ଼ନ୍ତୁ ପୂରା ଘଟଣା

ଆମେରିକା: ବିବାହ ଏକ ପବିତ୍ର ବନ୍ଧନ। କୁହାଯାଏ ଏହା ଭଗବାନଙ୍କ ବରାଦ ମାନେ ମ୍ୟାରେଜ୍‌ସ ମେଡ୍ ଇନ୍ ହେଭେନ୍ । କିନ୍ତୁ ଥରେ ଭାବନ୍ତୁ ବିବାହ ପରେ ଯଦି ଜଣାପଡ଼େ ଯେ ଆପଣ ଯାହାକୁ ବାହା ହୋଇଛନ୍ତି ସେ ଆପଣଙ୍କ ରକ୍ତ ସମ୍ପର୍କୀୟ ? ସେତେବେଳେ ପାଦତଳୁ ମାଟି ଖସିଗଲା ପରି ଲାଗେ ! ଠିକ୍‌ ଏମିତି ଏକ ଘଟଣା ଘଟିଛି ଆମେରିକାର ୱାଶିଂଟନ୍‌ରେ।

ଦୀର୍ଘ ୩୩ ବର୍ଷର ବିବାହ ପରେ ସ୍ୱାମୀ ସ୍ତ୍ରୀ ଜାଣିବାକୁ ପାଇଛନ୍ତି  ଯେ ସେମାନେ ଯାଆଁଳା ଭାଇଭଉଣୀ । ଏହି ଦୁଇଜଣ ଯେତେବେଳେ ପରସ୍ପରକୁ ଦେଖିଲେ ସେମାନଙ୍କ ମଧ୍ୟରେ ପ୍ରଥମ ଦେଖାରେ ପ୍ରେମ ମାନେ ଲଭ୍ ଆଟ୍ ଫାଷ୍ଟ ସାଇଟ୍ ହୋଇଥିଲା । ସେମାନେ ଯେତେବେଳେ ନିଜ ନିଜ ମଧ୍ୟରେ ପରିଚୟ ଦିଆନିଆ ହେଲେ ସେମାନେ ଜାଣିଲେ ଯେ, ଉଭୟଙ୍କ ଜନ୍ମଦିନ ଏକା ମସିହା, ଏକା ବାର ଏବଂ ଏକା ତାରିଖରେ । ଏହାକୁ ସେମାନେ ଭଗବାନଙ୍କ ସଂଯୋଗ ବୋଲି ଭାବିଲେ ଆଉ ଭଗବାନ ଉଭୟଙ୍କୁ ଉଭୟଙ୍କ ପାଇଁ ଜନ୍ମ ଦେଇଛନ୍ତି (ମେଡ୍ ଫର୍ ଇଚ୍ ଅଦର) ଭାବି ବିବାହ କରିଥିଲେ ।

କିନ୍ତୁ ସତ କଥା ଜାଣିଲା ପରେ ଉଭୟଙ୍କ ମନକୁ ପାପ ଛୁଇଁଚି ।

କ୍ଲିନିକ୍‌ର ଡାକ୍ତର ଯେତେବେଳେ ଦୁଇଜଣଙ୍କ ଜନ୍ମ ପ୍ରମାଣପତ୍ର ଦେଖିଲେ ଦୁହିଁଙ୍କ ଭିତରେ ସମାନତା ଥିବା ଜାଣିପାରିଥିଲେ। ଦୁଇଜଣଙ୍କ ଜନ୍ମ ୧୯୮୪ ମସିହାରେ ହୋଇଥିଲା। ଏକା ତାରିଖ ଆଉ ଏକା ବାରରେ। ତେଣୁ ଡାକ୍ତର ଏହି କଥାର ସତ୍ୟତା ସେମାନଙ୍କୁ ଜଣାଇଥିଲେ। ଡାକ୍ତରଙ୍କ କଥା ତାଙ୍କୁ ଚକିତ କରିଦେଇଥିଲା।

ଏହି ଯାଆଁଳା ଭାଇଭଉଣୀ ଯେତେବେଳେ ଛୋଟ ଥିଲେ ସେମାନଙ୍କ ମାତାପିତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ପରେ ପିଲା ଦୁହିଁଙ୍କୁ କେହି କୋଳେଇ ନେବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ଏହାର ସମାଧାନ ପାଇଁ ଦୁଇଜଣଙ୍କୁ ଅଲଗା ସ୍ଥାନକୁ ପଠାଇ ଦିଆଯାଇଥିଲା। ଭିନ୍ନ ଭିନ୍ନ ପରିବାରରେ ଦୁହେଁ ବଢ଼ିଲେ।

ଯେହେତୁ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା, ଉଭୟଙ୍କୁ ପାଳିଥିବା ପରିବାର ଲୋକେ ବେଶୀ କିଛି ଚିନ୍ତା ନ କରି ନ ଥିଲେ ଆଉ ନିର୍ଦ୍ଦ୍ୱନ୍ଦ୍ୱରେ ବିବାହ ହୋଇଯାଇଥିଲା ।

Leave a Reply